ଗଞ୍ଜାମ ଜିଲ୍ଲା ଆସିକାରେ ବୋଲ୍ ବମ୍ ଭକ୍ତଙ୍କ ଭିଡ଼
ଆସିକା ଋଷିକୁଲ୍ୟା ନଦୀ ଓ ନଦନଦୀର ସଙ୍ଗମସ୍ଥଳରେ ଜମିଛି ବୋଲ୍ ବମ୍ ଭକ୍ତଙ୍କ ଭିଡ଼। ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ପହଞ୍ଚି ପବିତ୍ର ଜଳ ସଂଗ୍ରହ କରୁଛନ୍ତି। ପରେ ଏହି ଜଳ ନେଇ ଭକ୍ତମାନେ ମହାପ୍ରଭୁ ଭୋଳାନାଥଙ୍କ ନିକଟରେ ଜଳ ଅର୍ପଣ କରିବେ।‘ବୋଲ୍ ବମ୍’ ଧ୍ୱନିରେ ମୁଖରିତ ହୋଇଛି ସଙ୍ଗମସ୍ଥଳ। ଭକ୍ତମାନଙ୍କ ଉତ୍ସାହ ଓ ଭକ୍ତିମୟ ପରିବେଶ ଦେଖି ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
