ବିଧାୟକ ଙ୍କ ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ର ନାଗାବଳି ଛାତ୍ରାବସ ପରିଦର୍ଶନ

ବିଧାୟକ ଙ୍କ ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ର ନାଗାବଳି ଛାତ୍ରାବସ ପରିଦର୍ଶନ

ବିଧାୟକ ଙ୍କ ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ର ନାଗାବଳି ଛାତ୍ରାବସ ପରିଦର୍ଶନ

ରାୟଗଡ ( ଇନ୍ଫୋ ମିଡିଆ)ରାୟଗଡ ବିଧାୟକ ଆପ୍ପାଲସ୍ୱାମୀ କାଡ୍ରକା ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧୀନସ୍ଥ ନାଗାବଳୀ ଛାତ୍ରାବାସର ଭିତ୍ତିଭୂମି ତଦାରଖ ସମୟରେ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରମାନେ ଛାତ୍ରାବାସରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଅଭିଯୋଗ ଓ ଅସୁବିଧା ଶୁଣିଥିଲେ l ଛାତ୍ରାବାସଟି ଦୀର୍ଘଦିନ ଧରି ବ୍ୟବହୃତ ହେଉଥିବାରୁ ଏହାର ଭିତ୍ତିଭୂମି ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଛି। ବର୍ଷା ସମୟରେ ଛାତରୁ ପାଣି ଝରୁଥିବା, ଶୌଚାଳୟଗୁଡ଼ିକ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି, ପାଣି ଯୋଗାଣ ପାଇପ ସଂଯୋଗ ନଷ୍ଟ ହୋଇଥିବା ଏବଂ ଦୈନିକ ବ୍ୟବହାରର ଅପଚୟ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବା ଭଳି ଗୁରୁତର ସମସ୍ୟା ରହିଛି। ଫଳରେ ଛାତ୍ରାବାସ ପରିସରରେ ଅପରିଷ୍କାର ପରିବେଶ ସୃଷ୍ଟି ହେବା ସହ ମଶାଙ୍କ ଉପଦ୍ରବ ବୃଦ୍ଧି ପାଉଛି, ଯାହା ଛାତ୍ରମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷିତ ଆବାସ ପାଇଁ ଚିନ୍ତାଜନକ ବିଷୟ। ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଭାଗର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଛାତ୍ରମାନଙ୍କ ମୌଳିକ ସୁବିଧା, ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରାବାସର ଆବଶ୍ୟକ ମରାମତି, ଶୌଚାଳୟର ପୁନରୁଦ୍ଧାର, ପାଣି ଯୋଗାଣ ବ୍ୟବସ୍ଥାର ସୁଧାର ଏବଂ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ତୁରନ୍ତ କରାଯିବା ଆବଶ୍ୟକ ବୋଲି କହିଥିଲେ ଏଥିସହ, ଛାତ୍ରମାନଙ୍କ ସଂଖ୍ୟା ବଢ଼ୁଥିବାରୁ ଆବାସିକ ଆବଶ୍ୟକତା ଓ ବର୍ତ୍ତମାନର ଜରାଜୀର୍ଣ୍ଣ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧିନରେ ତୁରନ୍ତ ୩୦୦ ଶଯ୍ୟା ବିଶିଷ୍ଟ ଏକ ନୂତନ ଛାତ୍ରାବାସ ନିର୍ମାଣ କରିବା ପାଇଁ ମୁଁ ସରକାରଙ୍କ ନିକଟରେ ଅନୁରୋଧ କରୁଛି।ଛାତ୍ରମାନଙ୍କୁ ଉନ୍ନତ, ସୁରକ୍ଷିତ ଓ ସୁସ୍ଥ ଆବାସିକ ପରିବେଶ ଯୋଗାଇଦେବା ଦିଗରେ ସରକାର ଏହି ବିଷୟକୁ ଗୁରୁତ୍ୱର ସହ ନେଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରୁଛି ବୋଲି କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ