ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ଗଜପତି, ୧୧।୮ (ମନୋଜ ପାଢ଼ୀ): ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ଅଡ଼ବା ପୋଲିସକୁ ମିଳିଛି ବଡ଼ ସଫଳତା। କେଶରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ପ୍ରାୟ ୨୦୦ କିଲୋଗ୍ରାମ ଗଞ୍ଜେଇକୁ ପୋଲିସ ଜବତ କରିଛି।ବିଶେଷ ସୂତ୍ରରୁ ସୂଚନା ପାଇ ଅଡ଼ବା ପୁଲିସ ପକ୍ଷରୁ ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ପୋଲିସ ଟିମ୍‌କୁ ଦେଖି ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଇଥିଲେ। ତେବେ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ପ୍ରାୟ ୨୦୦ କିଲୋଗ୍ରାମ ଗଞ୍ଜେଇକୁ ପୋଲିସ ଜବତ କରିବାରେ ସଫଳ ହୋଇଛି।ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅଡ଼ବା ଥାନା ଅଧିକାରୀ ସନ୍ତୋଷ କୁମାର ବିଷୋୟୀ ସୂଚନା ଦେଇଛନ୍ତି।ଏହି ଘଟଣାରେ ଫେରାର ହୋଇଯାଇଥିବା ଗଞ୍ଜେଇ ଚୋରାଚାଲାଣକାରୀମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଏଥିସହ ଜଙ୍ଗଲରେ ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହାକୁ କେଉଁଠାକୁ ଚାଲାଣ କରାଯିବାର ଯୋଜନା ଥିଲା, ସେନେଇ ମଧ୍ୟ ପୋଲିସ ତଦନ୍ତ ଚଳାଇଛି।