ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସିରିଜ୍ ସାଇକେଲ ଚୋରି ଘଟଣାର ପର୍ଦ୍ଦାଫାଶ, ୧୩ଟି ଚୋରି ସାଇକେଲ ଉଦ୍ଧାର ।

ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସିରିଜ୍ ସାଇକେଲ ଚୋରି ଘଟଣାର ପର୍ଦ୍ଦାଫାଶ, ୧୩ଟି ଚୋରି ସାଇକେଲ ଉଦ୍ଧାର ।

*ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସିରିଜ୍ ସାଇକେଲ ଚୋରି ଘଟଣାର ପର୍ଦ୍ଦାଫାଶ, ୧୩ଟି ଚୋରି ସାଇକେଲ ଉଦ୍ଧାର ।

ଗଜପତି, ୧୧.୯(ମନୋଜ ପାଢ଼ୀ) :-ଆଦର୍ଶ ଥାନା ପାରଳାଖେମୁଣ୍ଡି ପକ୍ଷରୁ ସିରିଜ୍ ସାଇକେଲ ଚୋରି ଘଟଣାର ସଫଳ ତଦନ୍ତ କରି ଅଭିଯୁକ୍ତ ଭବାନୀ ପ୍ରସାଦ ଦାଶ (୫୨), ପିତା- ସ୍ୱର୍ଗତ ଚନ୍ଦ୍ରଶେଖର ଦାଶ, ଗ୍ରାମ- ରଣଦେବୀ, ଥାନା- ଗୁରାଣ୍ଡି, ଜିଲ୍ଲା- ଗଜପତିଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ କେସ୍ ନଂ-୩୭୦, ତା.୦୭.୦୯.୨୦୨୬, ଭାରତୀୟ ନ୍ୟାୟ ସଂହିତାର ଦଫା ୩୦୩(୨)ରେ ମାମଲା ରୁଜୁ ହୋଇଛି। ତଦନ୍ତ ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଚିତ୍ର ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ଜଣାପଡିଛି। ଜେରା ସମୟରେ ଅଭିଯୁକ୍ତ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରୁ ବାରମ୍ବାର ସାଇକେଲ ଚୋରି କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୩ ମାସ ମଧ୍ୟରେ ସେ ପାରଳାଖେମୁଣ୍ଡି ସହରରୁ ପ୍ରାୟ ୫୦ ଟି ସାଇକେଲ ଚୋରି କରିଥିବା ଅଭିଯୋଗ ରହିଛି ଏବଂ ସେଥିମଧ୍ୟରୁ ଅନେକ ସାଇକେଲ ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ଜଣାପଡ଼ିଛି। ପୋଲିସର ତଦନ୍ତ ଓ ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନା ଆଧାରରେ ବର୍ତ୍ତମାନ ସୁଦ୍ଧା ମୋଟ ୧୩ଟି ଚୋରି ସାଇକେଲ ଉଦ୍ଧାର କରାଯାଇଛି ଏବଂ ଅବଶିଷ୍ଟ ଚୋରି ସାଇକେଲଗୁଡ଼ିକୁ ଠାବ ଓ ଉଦ୍ଧାର କରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଏହି ମାମଲାର ସଫଳ ତଦନ୍ତ ସହିତ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଚୋରି ସାଇକେଲ ଉଦ୍ଧାର କାର୍ଯ୍ୟରେ ପାରଳାଖେମୁଣ୍ଡି ଥାନାର ଏସ୍‌.ଆଇ. ପ୍ରଫୁଲ୍ଲ ଜଗରଙ୍ଗା, ଏ.ଏସ୍‌.ଆଇ. କମଳାକାନ୍ତ ସାହୁ ଓ ହାବିଲଦାର ପୂର୍ଣ୍ଣଚନ୍ଦ୍ର ମିଶାଲ ସକ୍ରିୟ ଭାବେ କାର୍ଯ୍ୟ କରିଛନ୍ତି। ଏହି ସାଇକେଲ ଚୋରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।