ଗଜପତିରେ ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଚୂଡ଼ାନ୍ତ ମୋଟ ଭୋଟରଙ୍କ ସଂଖ୍ୟା 4,33,952ରେ ପହଞ୍ଚିଲା ।
ଗଜପତି,୨୧.୦୯ (ମନୋଜ ପାଢ଼ୀ):ଗଜପତି ଜିଲ୍ଲାରେ ଆଜି ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଧୀନରେ ପ୍ରସ୍ତୁତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ କରାଯାଇଛି। ଏଥି ଅନୁଯାୟୀ ବର୍ତ୍ତମାନ ମୋଟ ଭୋଟରଙ୍କ ସଂଖ୍ୟା 4,33,952ରେ ପହଞ୍ଚିଲା ।ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ମୁନିଦ୍ର ହୋନନାଗା ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ନିର୍ବାଚନ ବିଭାଗ ଅମିତ ବିଶ୍ୱାଳ, ଡେପୁଟି କଲେକ୍ଟର ପାରଳାଖେମୁଣ୍ଡି କ୍ରୀତି ସାଇ ଶୁକ୍ଲା,ଜିଲ୍ଲାର ସମସ୍ତ ରାଜନୈତିକ ଦଳର ଜନ ପ୍ରତିନିଧି ଓ ଗଣମାଧ୍ଯମ ପ୍ରତିନିଧି ଗଣ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲାରେ ୨ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ, ଯଥା ୧୩୬- ମୋହନା (ସଂରକ୍ଷିତ) ଓ ୧୩୭-ପାରଳାଖେମୁଣ୍ଡି ରହିଛି। ଏହି ସଂଶୋଧନ ପାଇଁ ୦୧.୦୭.୨୦୨୬ କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଥିଲା। ସଂଶୋଧନ ପ୍ରକ୍ରିୟା ସମୟରେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟରଙ୍କ ତଥ୍ୟ ଯାଞ୍ଚ ଓ ସତ୍ୟାପନ କରିଥିଲେ। ୦୫.୦୭.୨୦୨୬ରେ ଖସଡ଼ା ଭୋଟର ତାଲିକା ପ୍ରକାଶ କରାଯିବା ପରେ ଦାବି ଓ ଆପତ୍ତି ଗ୍ରହଣ କରାଯାଇଥିଲା ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାରେ ସେଗୁଡ଼ିକର ନିଷ୍ପତ୍ତି ନିଆଯାଇଛି।ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ୧୩୬- ମୋହନା(ସଂରକ୍ଷିତ) ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କ ସଂଖ୍ୟା ମୋଟ -୨୩୨୬୬୨ ସେଥିମଧ୍ୟରୁ ପୁରୁଷ ସଂଖ୍ୟା -୧୧୪୩୭୪, ମହିଳା ସଂଖ୍ୟା- ୧୧୮୨୮୪ ଓ ତୃତୀୟ ଲିଙ୍ଗ ୪ ଜଣ ରହିଛନ୍ତି।୧୩୭-ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା- ୨୦୧୨୯୦ ସେଥି ମଧ୍ୟରୁ ପୁରୁଷ ସଂଖ୍ୟା ୧୦୦୦୦୪, ମହିଳା ସଂଖ୍ୟା ୧୦୧୨୭୩ ଓ ତୃତୀୟ ଲିଙ୍ଗ ୧୩ ଜଣ ରହିଛନ୍ତି।ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ମୋଟ – ୪୩୩୯୫୨ ,ସେଥିମଧ୍ୟରୁ ପୁରୁଷ ସଂଖ୍ୟା- ୨୧୪୩୭୮, ମହିଳା ସଂଖ୍ୟା ୨୧୯୫୫୭ ଓ ତୃତୀୟ ଲିଙ୍ଗ ୧୭ ଜଣ ରହିଛନ୍ତି।
