ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ଗଜପତି,୧୨।୬(ଗଜପତି): ଗଜପତି ଜିଲା ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋବିନ୍ଦପୁର ଓ ଖ୍ରୀଷ୍ଟପୂର୍ ଗାଁରେ ୬ ଜଣଙ୍କ ଘରର ଟିଣ ଛପର ଉଡିଯାଇଥିବା ବେଳେ ପୂତୁଲିପଙ୍କା ଗାଁରେ ମଧ୍ୟ ପ୍ରାୟ ୪ ଜଣ ପରିଵାରର ଟିଣ ଛପର ଉଡିଯାଇଥିବା ଜଣାପଡ଼ିଛି ।ସେହିପରି ଅଶୋକ ନାୟକଙ୍କ ଘର ଉପରେ ବିରାଟକାୟ ଗଛ ଉପୁଡ଼ି ଘର ଉପରେ ପଡ଼ିବାରୁ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ପରିବାର । ଘର ଉପରେ ଗଛ ପଡି ଘରର କିଛି ଅଂଶ ଭାଙ୍ଗି ଯାଇଛି । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କଟା କାର୍ଯ୍ୟ ଜାରି ରଖିଛନ୍ତି ।