କୋତାପେଟା ନାଗାବଳୀ କ୍ରିକେଟ୍ ଗ୍ରାଉଣ୍ଡଠାରେ କୋତାପେଟା ପ୍ରିମିୟର ଲିଗ୍ ସିଜନ୍–୨ ର ଭବ୍ୟ ଉଦ୍‌ଘାଟନ

କୋତାପେଟା ନାଗାବଳୀ କ୍ରିକେଟ୍ ଗ୍ରାଉଣ୍ଡଠାରେ କୋତାପେଟା ପ୍ରିମିୟର ଲିଗ୍ ସିଜନ୍–୨ ର ଭବ୍ୟ ଉଦ୍‌ଘାଟନ

କୋତାପେଟା ନାଗାବଳୀ କ୍ରିକେଟ୍ ଗ୍ରାଉଣ୍ଡଠାରେ କୋତାପେଟା ପ୍ରିମିୟର ଲିଗ୍ ସିଜନ୍–୨ ର ଭବ୍ୟ ଉଦ୍‌ଘାଟନ

ରାୟଗଡ( info media)କୋତାପେଟା ନାଗାବଳୀ କ୍ରିକେଟ୍ ଗ୍ରାଉଣ୍ଡଠାରେ କୋତାପେଟା ପ୍ରିମିୟର ଲିଗ୍ ସିଜନ୍–୨ ର ଭବ୍ୟ ଉଦ୍‌ଘାଟନୀ ସମାରୋହ କେପିଏଲ ମ୍ୟାନେଜମେଣ୍ଟ କମିଟି ପକ୍ଷରୁ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି।ଏହି ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜେକେ ପେପେର ମିଲଲ ର ପିଆରଓ ଶ୍ରୀମତୀ ସ୍ମୃତିରେଖା କର ଯୋଗଦେଇଥିବା ବେଳେ କୋତାପେଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ପ୍ରସାଦ ହୁଇକା,ଗେମ୍ସ Institute of ମ୍ୟାନେଜେମେଣ୍ଟ ର ନିର୍ଦ୍ଦେଶକ ଏବଂଶ ଗିରି, ଜିଷ୍ଟ କଲେଜ ର ନିର୍ଦ୍ଦେଶକ ଗୋବିନ୍ଦ ପ୍ରସାଦ ରଥ ,ଚାନ୍ଦିଲି ପୋଲିସ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ଏବଂ କୋତାପେଟା ଯୁବନେତା ଶ୍ରୀ କେ. ଶ୍ରୀନିବାସ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ମଙ୍ଗଳମୟ ଆରମ୍ଭ କରାଯାଇଥିଲା।

ପରେ ଅତିଥିମାନେ ନିଜ ନିଜର ଅଭିଭାଷଣରେ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ, ଯୁବପିଢ଼ିଙ୍କ ମଧ୍ୟରେ ଏକତା, ଶୃଙ୍ଖଳା ଓ ଖେଳୁଆଡ଼ ମନୋଭାବ ବୃଦ୍ଧି କରିବାରେ କେପିଏଲ ପରି ଆୟୋଜନର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ସମାଜସେବା କ୍ଷେତ୍ରରେ ନିଜର ଅବଦାନ ରଖିଥିବା ବରିଷ୍ଠ ସମାଜସେବୀ ତଥା ନେତା ସ୍ୱର୍ଗତ ୟାଲ୍ଲା କୋଣ୍ଡା ବାବୁ ଏବଂ ଆସାମ ରାଇଫେଲ ଯବାନ ସହିଦ ବୀର ଯବାନ ଭି ତେଜା ଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଉଦ୍‌ଘାଟନୀ ଦିବସର ପ୍ରଥମ ମ୍ୟାଚ୍‌ରେ ସିଜନ୍–୧ ର ଚାମ୍ପିୟନ୍ ଗେମ ଚେଞ୍ଜର୍ସ ଓ ରନର୍ସଅପ୍ ଅସୁର 11 ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା।

ଏହି ମ୍ୟାଚ୍‌ରେ ଗେମ ଚେଞ୍ଜର୍ସ ୧୦ ୱିକେଟ୍ ରେ ବିଜୟୀ ହୋଇ ନୂତନ ସିଜନ୍‌ରେ ନିଜର ଅଭିଯାନ ଆରମ୍ଭ କରିଥିଲା।ଚଳିତ କେପିଏଲ ସିଜନ୍–୨ ରେ ମୋଟ ୧୦ଟି ଦଳରୁ ପ୍ରାୟ ୧୫୦ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ପ୍ରାୟ ଦୁଇ ମାସ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିବ। ମକର ସଂକ୍ରାନ୍ତି ପରେ ଏହାର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କେପିଏଲ କେବଳ ଏକ କ୍ରିକେଟ୍ ପ୍ରତିଯୋଗିତା ନୁହେଁ, ବରଂ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ଏକତ୍ରିତ କରିବା, କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହନ ଦେବା, ଶୃଙ୍ଖଳା ଓ ଭାଇଚାରାର ଭାବନାକୁ ମଜବୁତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି KPL ମ୍ୟାନେଜମେଣ୍ଟ କମିଟିର ସାଧାରଣ ସମ୍ପାଦକ ଶ୍ରୀ ପୋତନୁରୁ ମଣି ରତ୍ନମ୍ ସୂଚନା ଦେଇଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ