ବର୍ଷା ସ୍ୱେତେ ଗୁଡାରି ବନ୍ଦ ସଫଳ, ଦାବୀ ପୂରଣ ନେଇ ଆଶା।
ରାୟଗଡ( ଇନ୍ଫୋ ମିଡିଆ) ଦେଶ ସ୍ୱାଧୀନ ହେବା ର 80ବର୍ଷ ବିତିଲାଣି କିନ୍ତୁ ଗୁଡାରି ବାସୀଙ୍କ ମୌଳିକ ସୁବିଧା ନିମନ୍ତେ ରାଜରାସ୍ତା କୁ ଉଲ୍ଲାହିଁ ଧାରଣା ଦେବାକୁ ପଡିଲା l ରାୟଗଡ଼ ଜିଲ୍ଲା ଗୁଡାରି ସହରର ବିଭିନ୍ନ ଦାବୀ ପୂରଣ ନେଇ ମଙ୍ଗଳବାର ୧୨ ଘଣ୍ଟିଆ ଆଜି ଦିନିକିଆ ବନ୍ଦ ପାଳନ କରାଯାଇଛି। ୧୯୭୨ ମସିହାରେ ଗୁଡାରି ଏନ ଏ ସି ର ମାନ୍ୟତା ପାଇଥିଲେ ମଧ୍ୟ ସହର ବାସୀ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହୋଇଛନ୍ତି। ୬ ଦଫା ଦାବୀ ନେଇ ବନ୍ଦ ପାଳନ କରାଯାଇଥିବା ବେଳେ ସେଗୁଡିକ ମଧ୍ୟରେ ସ୍ଥାନୀୟ ବଂଶଧାରା ବିଜୁ ସେତୁ ଠାରୁ ବାଦିଗୁଡ଼ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଗୁଡାରି ରୁ ରାଜଧାନୀ ଭୁବନେଶ୍ୱର ଓ କଟକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ସରକାରୀ ବସ ସେବା ପ୍ରଦାନ, ଗୁଡାରି ରୁ ବିଷମକଟକ (ଭାୟା କରଲାଘାଟି ) ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ୨ ଥାକିଆ ରାସ୍ତା ନିର୍ମାଣ, ଗୁଡାରି କୁ ବ୍ରହ୍ମପୁର -ଜୟପୁର ଏକ୍ସପ୍ରେସ ୱେ ଏବଂ ପାରଳାଖେମୁଣ୍ଡି -ଆମ୍ବାଭୋନା ୱେ ସଂଯୋଗ ଏବଂ ପଦ୍ମପୁର -ଗୁଡାରି -ରାଇବିଜି ରାସ୍ତାକୁ କନ୍ଧମାଳ ଜିଲ୍ଲାର କୋଟଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସହ ରାଜ୍ୟ ରାଜପଥର ମାନ୍ୟତା ଓ ଗୋପାଳ ପୁର -ରାୟଗଡା ରେଳ ଲାଇନ ଗୁଡାରି ଦେଇ ଯିବା ଇତ୍ୟାଦି। ବନ୍ଦ ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ସହରକୁ ସଂଯୋଗ କରୁଥିବା ସମସ୍ତ ଯାନ ବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ସମସ୍ତ ଜରୁରୀ କାଳୀନ ସେବା ଏହି ବନ୍ଦ ରୁ ବାଦ ପଡିଥିଲା। ଗତ ୧୯ ତାରିଖରେ ରାୟଗଡାରେ ଅନୁଷ୍ଠିତ “ଦିଶା” ବୈଠକରେ ଏହି ପ୍ରସଙ୍ଗ ନେଇ ଉକ୍ତ ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ପୁର୍ତ୍ତ ବିଭାଗକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ନିର୍ଦ୍ଦେଶ ଦେଇଥିଲେ। “ଗୁଡାରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ “ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ସହର ର ବଣିକ ସଙ୍ଘ ସମ୍ପୂର୍ଣ ସମର୍ଥନ କରିଥିଲେ ଏବଂ ସହର ବାସିନ୍ଦା ମଧ୍ୟ ସମର୍ଥନ କରିଥିବଲେ। ସି ପି ଆଇ (ଏମ ଏଲ ) ଲିବରେସନ ର ତ୍ରିପତି ଗମାଙ୍ଗ ମଧ୍ୟ ଏହି ବନ୍ଦ ଡାକରା ରେ ସାମିଲ ହୋଇଥିଲେl କଂଗ୍ରେସ, ବିଜେଡି, ବିଜେପି ର ବିଧାୟକ ନିର୍ବାଚିତ ହୋଇ ଥିଲେ କିନ୍ତୁ ଗୁଡାରି ପ୍ରତି ଆନ୍ତରିକତା ସହିତ କିଛି କରିନଥିବା ଅଂଚଳ ବାସୀ ଅଭିଯୋଗ କରିଛନ୍ତି l ଆସନ୍ତା ପୌର ଓଁ ପଂଚାୟତ ନିର୍ବାଚନ ରେ କୌଣସି ଦଳ ର ନେତା ଙ୍କୁ ଅଂଚଳ ରେ ପ୍ରଚାର ପାଇଁ ପସେଇଦେବୁ ନାହଁ ବୋଲି ଆନ୍ଦୋଳନ କାରି ମାନେ ଆଲୋଚନା କରୁଥିବା ର ଶୁଣିବାକୁ ମିଳିଥିଲା । ଏହାଛଡା ପଦ୍ମପୁର ର କିଛି ସମାଜସେବୀ ଗୁଡାରି ପହଂଚି ବନ୍ଦ କୁ ସମର୍ଥନ ଦେଇଥିଲେ। ସନ୍ତୋଷ ମହାନ୍ତି, ଗଣପତି ପାଠୀ, ପେଦିନା ରମେଶ, କେଦାର ସାହୁ, ରଞ୍ଜନ ରଥ, ଏମ ପ୍ରସାଦ, ଶ୍ରୀକାନ୍ତ ଶତପଥୀ, ଚିନାରି ମୋହନ ରାଓ ପ୍ରମୁଖ ବନ୍ଦ ଡ଼ାକରା ରେ ଉପସ୍ଥିତ ଥିଲେ। ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ ଙ୍କ ନେତୃତ୍ୱରେ ପୋଲିସ ବାହିନୀ ସହରର ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
