ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି।
ବରଗତ – (ଭବାନୀ ଶଙ୍କର ପାଢ଼ୀ) ତା.୦୨-୦୫-୨୦୨୬ରିଖ ଜ୍ୟେଷ୍ଠ କୃଷ୍ଣ ପକ୍ଷ ପ୍ରତିପଦା ଶନିବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଭେଡେନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳାର ବନ୍ଦନା କାଳାଂଶରେ ସମାଜ ସେବୀ ଶ୍ରୀଯୁକ୍ତ ଜନାର୍ଦ୍ଦନ ମିଶ୍ର ଓ ଶ୍ରୀମତୀ ସୁନୀତା ମିଶ୍ର ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଶିବାନନ୍ଦ ଦାଶ,ଶ୍ରୀଯୁକ୍ତ ଭୋଜରାଜ ଦୁଆନ,ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର,ଶ୍ରୀଯୁକ୍ତ ଅଶୋକ କୁମାର ଧର,ଶ୍ରୀଯୁକ୍ତ ନରେନ୍ଦ୍ର ରଣା, ଶ୍ରୀଯୁକ୍ତ ମକୁନ୍ଦ ମହାରଣା, ଶ୍ରୀମାନ୍ ରିଙ୍କୁ କୁମାର ଦାଶ,ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା ସାହାଯ୍ୟ ଓ ସହଯୋଗ କରିଥିଲେ।
