କାହାରି ସ୍ୱାର୍ଥ ନିମନ୍ତେ ଦୃଢ ଦାବୀ ସ୍ୱତେ ସର୍ତ୍ତମୂଳକ ଭାବେ ଖୋଲିଲା ମଦ ଦୋକାନ ଖୋଲା!!!

କାହାରି ସ୍ୱାର୍ଥ ନିମନ୍ତେ ଦୃଢ ଦାବୀ ସ୍ୱତେ ସର୍ତ୍ତମୂଳକ ଭାବେ ଖୋଲିଲା ମଦ ଦୋକାନ ଖୋଲା!!!

କାହାରି ସ୍ୱାର୍ଥ ନିମନ୍ତେ ଦୃଢ ଦାବୀ ସ୍ୱତେ ସର୍ତ୍ତମୂଳକ ଭାବେ ଖୋଲିଲା ମଦ ଦୋକାନ ଖୋଲା!!!

ରାୟଗଡ ( info media) ରାୟଗଡ ଜ଼ିଲ୍ଲା ପଦ୍ମବ୍ଲକ ସଦର ମୋହକୁମା ର ଇନ୍ଦୁପୁର ମୋୖଜ଼ା ର ଖାତା ନମ୍ବର 29/463 ପ୍ଲଟ ନମ୍ବର 135/2/608 ଅଧୀନରେ ବୃନ୍ଦାବନ ନଗର ( ସୁନାରି ଘାଇ ଛକ ( ଠାରେ ଚାଲିଥିବା ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ରକର୍ମକର୍ତା ଙ୍କ ସହିତ ବହୁ ମହିଳା ପଦ୍ମପୁର ତହସିଲଦାର, ଗୋଷ୍ଠୀ ଉନୟନ ଅଧିକାରୀ, ସରପଞ୍ଚ, ଉପଜ଼ିଲ୍ଲାପାଳ ଗୁଣୁପୁର, ଅବକାରୀ ନିରୀକ୍ଷକ ଗୁଣୁପୁର ଙ୍କୁ ଦୀର୍ଘ, 6 ମାସ ଧରି ଲିଖିତ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିନଥିବାରୁ ପରିଶେଷ ରେ ରାୟଗଡ ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କୁ ଗତଜୁନ ମାସ 22. ତାରିଖ ରେ କୋଳନରା ବ୍ଲକ ରେ ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କାରି ଏହି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ନିବେଦନ କରିଥିଲେ l ଜ଼ିଲ୍ଲାପାଳ ଅଭିଯୋଗ ଶୁଣିଲା ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଅଭିଯୋଗ କାରିକୁ କହିଥିଲେ l ଜ଼ିଲ୍ଲା ପ୍ରଶାସନ କିଛି ପଦକ୍ଷେପ ନେବା ପୂର୍ବରୁ ଚଳିତ ମାସ 7 ତାରିଖ ରେ ପଦ୍ମପୁର ଗାୟତ୍ରୀ ମନ୍ଦିରରେ ପ୍ରାଙ୍ଗଣରେ ଏକ ବୈଠକ ମଦ ବିରୋଧୀ ଆନ୍ଦୋଳନ କାରି, ମଦ ବ୍ୟବସାୟୀ ବି ସନ୍ତୋଷ କୁମାର, ପ୍ରକାଶ କୋଣ୍ଡାଗିରି ସରପଞ୍ଚ ପଦ୍ମପୁର, ରମେଶ ସାହୁ ପଦ୍ମପୁର ବ୍ଲକ ଉପାଦକ୍ଷ ଙ୍କ ମଧ୍ୟ୍ୟ ରେ ଏକ ନିଷ୍ପତି ହୋଇଥିଲା ଏହି ସ୍ଥାନ ରେ ଆସନ୍ତା, 6/9/2026 ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବା ନିମନ୍ତେ l ଏହି ନିଷ୍ପତି ଅନୁଯାଇ ବି ସନ୍ତୋଷ କୁମାର ମଦ ଦୋକାନ ମାଲିକ ଏକ ଲିଖିତ ବତନ ପତ୍ର ରେ ଆସନ୍ତା 6/9/2026 ପର୍ଯ୍ୟନ୍ତ ଇନ୍ଦୁପୁର ମୌଜା ର ଖାତା ନମ୍ବର, 29/463 ଓ ପ୍ଲଟ ନମ୍ବର 135/2/608 ରେ ଦୋକାନ ଖୋଲିବି ଏହି ତାରିଖ ପର ଠାରୁ ମୁଁ ଅନ୍ୟତ୍ର ଏହି ଦୋକାନ ସ୍ଥାନାନ୍ତର କରିବି ଜଦି ଦୋକାନ ସ୍ଥାନାନ୍ତର ନ କରିଲେ ବୃନ୍ଦାବନ ନଗର ବାସୀ ମୋ ବିରୋଧ ରେ ଆଇନ ଗତ କାର୍ୟନୁଷ୍ଠାନ ନେଇ ପାରିବେ ବୋଲି ଆଇନଜୀବୀ ରାଜୀବ ଲୋଚନ ପାଢ଼ୀ ଦ୍ୱାରା ଲିଖିତ ଚୁକ୍ତିନାମା ଦେଇଛନ୍ତି l ଏହି ଚୁକ୍ତିନାମା ରେ ସାକ୍ଷ ରୂପେ ରମେଶ ଚନ୍ଦ୍ର ପଣ୍ଡା, କୋଣ୍ଡାଗିରି ପ୍ରକାଶ ସରପଞ୍ଚ, ବ୍ଲକ ଉପାଦକ୍ଷ ରମେଶ ସାହୁ ଦସ୍ତଖତ କରିଛନ୍ତି l ବି ସନ୍ତୋଷ କୁମାର ଙ୍କ ସର୍ତ୍ତ ରେ ଆନ୍ଦୋଳନ କାରି ରାଜି ହୋଇ ତିନି ମାସ ନିମନ୍ତେ ମଦ ଦୋକାନ ଖୋଲିବା କୁ ରାଜିହୋଥିବା ରୁ ମଦ ଦୋକାନ ଖୋଲିଛି l ନିର୍ଧାରିତ ସମୟରେ ଏହି ମଦ ଦୋକାନ ବନ୍ଦ ନ ହେଲେ ଦୋକାନ ରେ ତାଲା ପକାଇ ଦିଆଯିବ ବୋଲି ବୃନ୍ଦାବନ ନଗର ବାସୀ କହିଛନ୍ତି l ସ୍ଥାନୀୟ ଅଞ୍ଚଳ ର ୟୁବ ଗୋଷ୍ଠି ଏହି ସର୍ତ୍ତ ମୂଳକ ଭାବେ ଯେଉଁ ବିଦେଶୀ ମଦ ଦୋକାନ ଖୋଲାଯାଇଛି ତାହା ର୍କ ପ୍ରହସନ କାହାରି ସ୍ୱାର୍ଥ ରେ ମଦ ଦୋକାନ ଖୋଲାଯାଇଛି ବୋଲି ଜନସାଧାରଣ ରେ ଆଲୋଚନା ଚାଲିଥିବା ର ଶୁଣିବାକୁ ମିଳୁଛି l ଆସନ୍ତା 6/9/2026 ରେ ଯଦି ଏହି ମଦ ଦୋକାନ ଅନ୍ୟତର ସ୍ଥାନାନ୍ତରିତ ନ ହୁଏ ତାହାହେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସ୍ଥନୀୟ ବୃନ୍ଦାବନ ନଗର ବାସୀ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ