କଂଗ୍ରେସ ଦଳ ର ରାୟଗଡ ଓଁ ବିଷମକଟକ ବିଧାୟକ ଙ୍କ ରିଭୋଲକୋଣା ସ୍କୁଲ ପରିଦର୍ଶନ

କଂଗ୍ରେସ ଦଳ ର ରାୟଗଡ ଓଁ ବିଷମକଟକ ବିଧାୟକ ଙ୍କ ରିଭୋଲକୋଣା ସ୍କୁଲ ପରିଦର୍ଶନ

କଂଗ୍ରେସ ଦଳ ର ରାୟଗଡ ଓଁ ବିଷମକଟକ ବିଧାୟକ ଙ୍କ ରିଭୋଲକୋଣା ସ୍କୁଲ ପରିଦର୍ଶନ

ରାୟଗଡ( info media)ଆଜି ରାୟଗଡ଼ା ଜିଲ୍ଲାର ରିଭରକଣା ଏସଏସଡି ବିଦ୍ୟାଳୟରେ ସିନିୟର ଛାତ୍ରଙ୍କ ଦ୍ୱାରା ଜୁନିୟର ଛାତ୍ରଙ୍କୁ ମାଡ଼ ମାରିଥିବା ଘଟଣାର ତଦନ୍ତ ଉଦ୍ଦେଶ୍ୟରେ ମାନ୍ୟବର ରାୟଗଡ ବିଧାୟକ ଆପ୍ପାଲସ୍ୱାମୀ କାଡ୍ରକା ଓ ବିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିକକାଙ୍କ ସହ କୋଳନରା ବ୍ଲକ କଂଗ୍ରେସ କମିଟି ସଭାପତି ଗୋବର୍ଧନ ରାଓ ଙ୍କ ସମତେ ବହୁ କଂଗ୍ରେସ କର୍ମୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରାଯିବା ସହ ସେମାନଙ୍କର କାଉନସେଲିଂ ମଧ୍ୟ କରିଥିଲେ । ଆଲୋଚନା ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ବିଭିନ୍ନ ସମସ୍ୟା, ଅଭାବ ଓ ଅସୁବିଧା ସମ୍ପର୍କରେ ନିଜର ମତାମତ ଏବଂ ଅଭିଯୋଗ ଉପସ୍ଥାପନ କରିଥିଲେ। ସେମାନଙ୍କ କଥାବାର୍ତ୍ତାରୁ ଜଣାପଡ଼ିଲା ଯେ, କିଛି ବିଶୃଙ୍ଖଳାକାରୀ ଛାତ୍ରଙ୍କୁ ଶିକ୍ଷକମାନେ ବାରମ୍ବାର ତାଗିଦ କରୁଥିବାରୁ ଅସନ୍ତୋଷ ସୃଷ୍ଟି ହୋଇ ଏଭଳି ଅମାନବୀୟ ଘଟଣା ଘଟିଥିବା ଅଭିଯୋଗ ରହିଛି। ପରିଦର୍ଶନ ସମୟରେ ଏହା ମଧ୍ୟ ଜଣାପଡ଼ିଲା ଯେ, ଏହି ଆବାସିକ ବିଦ୍ୟାଳୟରେ ୨୬୫ ଜଣ ଛାତ୍ର ଅଧ୍ୟୟନ କରୁଥିବା ବେଳେ ମାତ୍ର ୫ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଛାତ୍ର ସଂଖ୍ୟା ଅନୁପାତରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ହୋଇନାହିଁ। ସେହିପରି ପୁରୁଷ ଛାତ୍ରାବାସରେ ୱାର୍ଡେନ ଓ ରାତ୍ରିକାଳୀନ ଜଗୁଆଳି ନିଯୁକ୍ତ ନ ଥିବାରୁ ଛାତ୍ରାବାସରେ ପର୍ଯ୍ୟାପ୍ତ ତଦାରଖର ଅଭାବ ରହିଛି, ଯାହା ଏଭଳି ପରିସ୍ଥିତି ସୃଷ୍ଟି ହେବାର ଅନ୍ୟତମ ପ୍ରମୁଖ କାରଣ ବୋଲି ଉଭୟ ରାୟଗଡ ଓଁ ବିଷମକଟ ବିଧାୟକ କହିଛନ୍ତି । ପୁନଶ୍ଚ ରାୟଗଡ ବିଧାୟକ କାଡ୍ରକା କହିଛନ୍ତି ଜେ ଏହା ଅତ୍ୟନ୍ତ ଦୁଃଖଦ ଓ ପରିତାପର ବିଷୟ ଯେ, ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଏବଂ ସମ୍ପୃକ୍ତ ବିଭାଗରେ ଜଣେ ଆଦିବାସୀ ମନ୍ତ୍ରୀ ଥିବା ସତ୍ତ୍ୱେ ମଧ୍ୟ ଏଭଳି ଆବାସିକ ବିଦ୍ୟାଳୟଗୁଡ଼ିକରେ ଛାତ୍ର ଅନୁପାତରେ ଶିକ୍ଷକ, ୱାର୍ଡେନ, ରାତ୍ରିକାଳୀନ ଜଗୁଆଳି, ସିସିଟିଭି, ଶୌଚାଳୟ ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିଗତ ସୁବିଧାର ଘୋର ଅଭାବ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁରକ୍ଷା ଓ ଗୁଣାତ୍ମକ ଶିକ୍ଷା ପରିବେଶ ସୁନିଶ୍ଚିତ କରାଯାଇନାହିଁ। ଖରା ଛୁଟି ସମୟରେ ବିଦ୍ୟାଳୟର ଭିତ୍ତିଭୂମିର ମରାମତି ଓ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟ କାହିଁକି ସମ୍ପନ୍ନ କରାଗଲା ନାହିଁ, ତାହା ମଧ୍ୟ ଏକ ଗୁରୁତର ପ୍ରଶ୍ନ। ବର୍ତ୍ତମାନ ପ୍ରଶାସନିକ ଅଧିକାରୀମାନେ ଯଦି ଏହି ଆବାସିକ ବିଦ୍ୟାଳୟରେ ରାତ୍ରିଯାପନ କରି ପ୍ରତ୍ୟକ୍ଷ ଭାବେ ପରିସ୍ଥିତିର ଅନୁଧ୍ୟାନ କରନ୍ତି, ତେବେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରକୃତ ସମସ୍ୟା ସମ୍ପର୍କରେ ଅଧିକ ସ୍ପଷ୍ଟ ଧାରଣା ପାଇପାରିବେ। ଡବଲ୍ ଇଞ୍ଜିନ ସରକାର ଦାୟିତ୍ୱ ଗ୍ରହଣ କରିବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ ହେବା ନିଶ୍ଚିତ ଭାବେ ନିନ୍ଦନୀୟବୋଲି କହିଛନ୍ତି । ଏହି ସମସ୍ତ ବିଷୟକୁ ଆଧାର କରି ଏକ ବିସ୍ତୃତ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ନିକଟରେ ଦାଖଲ କରାଯିବ। ଆମର ଆଶା, ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ବିଦ୍ୟାଳୟରେ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ନିଯୁକ୍ତି, ଛାତ୍ରାବାସରେ ୱାର୍ଡେନ, ରାତ୍ରିକାଳୀନ ଜଗୁଆଳି ଓ ଅନ୍ୟାନ୍ୟ ଆବଶ୍ୟକ କର୍ମଚାରୀଙ୍କ ନିଯୁକ୍ତି, ସିସିଟିଭି ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ, ଶୃଙ୍ଖଳିତ ଓ ସୁସ୍ଥ ଶିକ୍ଷା ପରିବେଶ ସୁନିଶ୍ଚିତ କରାଯିବ ବୋଲି ଆମେ ଆଶା ପ୍ରକାଶ କରୁଛୁବୋଲି ବିଧାୟକ ଦ୍ୱୟ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ