Home / Odisha News / ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର, ଜିଲ୍ଲା ସ୍ତରୀୟ କନଭେନସନ ରେ ଆନ୍ଦୋଳନ ପାଇଁ ଚେତାବନୀ ।

ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର, ଜିଲ୍ଲା ସ୍ତରୀୟ କନଭେନସନ ରେ ଆନ୍ଦୋଳନ ପାଇଁ ଚେତାବନୀ ।

ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର, ଜିଲ୍ଲା ସ୍ତରୀୟ କନଭେନସନ ରେ ଆନ୍ଦୋଳନ ପାଇଁ ଚେତାବନୀ ।

ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର, ଜିଲ୍ଲା ସ୍ତରୀୟ କନଭେନସନ ରେ ଆନ୍ଦୋଳନ ପାଇଁ ଚେତାବନୀ ।ଗଜପତି ତା 03/08/2026(ମନୋଜ ପାଢୀ)-: ସୋମବାର ଦିନ ପୂର୍ବାହ୍ନ 10 ଘ ସମୟରେ ମୋହନା ବ୍ଲକ ସ୍ଥିତ ଚାନ୍ଦିପୁଟ ଲାଲ ବହାଦୁର ଶାସ୍ତ୍ରୀ ଉଚ୍ଚବିଦ୍ୟାଳୟ ପରିସରରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ତଥା ଜିଲ୍ଲା ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡାଙ୍କ ଆହ୍ୱାନ କ୍ରମେ ଓ ଜିଲ୍ଲା ଉପସଭାପତି ଶ୍ରୀ ଜଟିଆ ପ୍ରଧାନଙ୍କ ସଭାପତିତ୍ୱରେ ଏକ ଜିଲ୍ଲା ସ୍ତରୀୟ କନଭେନସନ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର କୋଷାଧକ୍ଷ ଶ୍ରୀ ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀ ବ୍ରଜ କିଶୋର ବିଶ୍ୱାଳ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା, ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ବେହେରା, ରାଜ୍ୟ ଇ ସି ସଦସ୍ୟ ଶ୍ରୀ ଲୋକନାଥ ନାହାକ, ଜିଲ୍ଲା ଯୁଗ୍ମ ସମ୍ପାଦକ ଶ୍ରୀ ସୁଶାନ୍ତ ଚୌଧୁରୀ, ପ୍ରଧାନ ଶିକ୍ଷକ ଶ୍ରୀ ବାଳକୃଷ୍ଣ ବାଗସିଂ, ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଓ +2 ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ | ଏତଦ ବ୍ୟତୀତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ସମୂହ ଓ ବହୁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଯୋଗ ଦେଇଥିଲେ | ଆଜିର କନଭେନସନର ମୁଖ୍ୟ ପ୍ରସଙ୍ଗ ଥିଲା ଯେ 194 ଉଚ୍ଚ ବିଦ୍ୟାଳୟକୁ ଶୀଘ୍ର ଅନୁଦାନ ପ୍ରଦାନ,ବ୍ଲକ ଗ୍ରାଣ୍ଡ ସ୍କୁଲ ଶିକ୍ଷକ କର୍ମଚାରୀ ମାନଙ୍କ ଚାକିରୀ ସର୍ତ୍ତାବଳୀ ସହ ପେନସନ ପ୍ରଦାନ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା |ଡବଲ ଇଂଜିନ ସରକାରରେ ବିନା ଆନ୍ଦୋଳନରେ ଦାବୀ ହାସଲ କରିବା ଅସମ୍ଭବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା | ଆଗାମୀ ଅଗଷ୍ଟ 16 ତାରିଖ ଦାବି ଦିବସରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବହୁ ସଂଖ୍ୟକ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମାନେ ଆନ୍ଦୋଳନରେ ଅଂଶ ଗ୍ରହଣ କରିବା ପାଇଁ ରାଜ୍ୟ ନେତୃ ବୃନ୍ଦ ଆହ୍ୱାନ ଜଣାଇଥିଲେ | ଶିକ୍ଷକ ଓ କର୍ମଚାରୀ ବୃନ୍ଦ ମଧ୍ୟ ତାଲା ବନ୍ଦ କରିବା ସହ ସାମୁହିକ ଛୁଟି କରି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପ୍ରତିଶୃତି ଦେଇଥିଲେ | ମୁଖ୍ୟ ବକ୍ତା ଓ ମୁଖ୍ୟ ଅତିଥି ଆନ୍ଦୋଳନ କରିବାର ବିଭିନ୍ନ ପ୍ରକ୍ରିୟା ବୁଝାଇଥିଲେ |ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମଞ୍ଚ ପରିଚାଳନା କରିଥିବା ବେଳେ ମୋହନା ବ୍ଲକ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ଦାସ ଓ ରା. ଉଦୟଗିରି ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ପରିଚାଳନାରେ ସହଯୋଗ କରିଥିଲେ |