– ବିସ୍ଥାପିତଙ୍କ ପ୍ରତିଶୃତି ପୂରଣ କରିଲାନି ପ୍ରଶାସନ, ପ୍ରକଳ୍ପ କାମ ବନ୍ଦ କଲେ ଅଞ୍ଚଳବାସୀ l
ଗଜପତି,୧୧.୫(ମନୋଜ ପାଢ଼ୀ):-ବିସ୍ଥାପିତଙ୍କ ପ୍ରତିଶୃତି ପୂରଣ କରିଲାନି ପ୍ରଶାସନ, ପ୍ରକଳ୍ପ କାମ ବନ୍ଦ କଲେ ଅଞ୍ଚଳ ବାସୀ l ଦୀର୍ଘ ବର୍ଷଧରି ଚାଲୁ ରହିଥିବା ଛେଳିଗଡ ଜଳପ୍ରକଳ୍ପ କାର୍ଯ୍ୟ ବନ୍ଦ କରିଛନ୍ତି ଛେଳିଗଡ ବୁଡି ଅଞ୍ଚଳବାସୀ lଚଳିତ ବର୍ଷ ଜାନୁୟାରୀ ମାସ 30 ତାରିଖ ଦିନ ଛେଳିଗଡ ଜଳପ୍ରକଳ୍ପର ବିସ୍ଥାପିତ ଅଞ୍ଚଳ ବାସୀ ସେମାନଙ୍କର 15 ଦଫା ଦାବୀକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ l ଜିଲ୍ଲାପାଳ ବିସ୍ଥାପିତଙ୍କ ସମସ୍ତ ଅଭିଯୋଗକୁ 3 ମାସର ଭିତରେ ସମସ୍ତ ଦାବିକୁ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ l କିନ୍ତୁ ତିନି ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ କୌଣସି ଦାବୀକୁ ପୂରଣ କରିପାରିନାହାନ୍ତି l ଆଜି ଜିଲ୍ଲାପାଳ ରା -ଉଦୟଗିରି ଠାରେ ଥିବା ଯୁଗ୍ମଅଭିଯୋଗ ଶୁଣାଣିରେ ଯୋଗଦେବା ପରେ ଛେଳିଗଡ ଜଳପ୍ରକଳ୍ପ କାର୍ଯ୍ୟାଳୟକୁ ଯାଇ ଅଧିକାରୀ ମାନଙ୍କ ସହ ସାକ୍ଷାତ କରିଥିଲେ l ତେଣୁ ଆଜି ବୁଡି ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଜଳପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ସହ ଆଗାମୀ ଦିନରେ ଯଦି ପ୍ରଶାସନ ସମସ୍ତ ଦାବୀକୁ ପୂରଣ ନକରନ୍ତି ତାହେଲେ ରାଜରାସ୍ତା ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ସହ ରାଜପଥ ଅବରୋଧ କରାଯିବ ବୋଲି ସଂଗ୍ରାମ ସମିତି ସଭାପତି ଚୈତନ୍ୟ ସାହୁ କହିଛନ୍ତି l ଏବଂ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ବୀରେନ୍ଦ୍ର କୁମାର ଜଗତ କହିଛନ୍ତି ଯେ, ଏନେଇ ବିସ୍ଥାପିତ ଅଞ୍ଚଳ ବାସୀ ଶାନ୍ତି ଶୃଙ୍ଖଳାର ସହିତ ଆସି କଥାବାର୍ତ୍ତା ହୁଅନ୍ତୁ ଏବଂ ଏଭଳି ବେଆଇନ ଭାବେ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ଉଚିତ ନୁହେଁ ବୋଲି କହିଛନ୍ତି l
