ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ: ଭାଇରାଲ ହେଉଛି ଭିଡିଓ…
ଗଜପତି,୧୩।୬( ମନୋଜ ପାଢ଼ୀ): ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ । କିଛିଦିନ ହେବ ଗଜପତି ଜିଲାରେ କାଳ ବୈଶାଖୀର ତାଣ୍ଡବ ଲାଗି ରହିଛି | ଶୁକ୍ରବାର ସନ୍ଧ୍ୟା ସମୟରେ ଗଜପତି ଜିଲା ମୋହନା ବ୍ଲକ ଡମ୍ବଗୁଡ଼ା ପଞ୍ଚାୟତ ବୁଢ଼ାନିଲ୍ଡି ଗାଁରେ ଏହି ଅଘଟଣ ଘଟିଛି | ଅଡବା ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ପବନ ବର୍ଷା ସହ ବିଜୁଳି ମାରିଥିଲା । ଗାଁରେ ଦୁଃଖୀ ଶ୍ୟାମ ମଲ୍ଲିକ ଘର ସାମ୍ନାରେ ଥିବା ଏକ ନଡ଼ିଆ ଗଛ ଉପରେ ବଜ୍ରପାତ ହୋଇଥଲା । ଫଳରେ ବଜ୍ରାଘାତରେ ନଡ଼ିଆ ଗଛଟି ନିଆଁ ଲାଗି ହୁତୁହୁତୁ ହୋଇ ଜଳିଯାଇଥିଲା। ଯାହାର ଦୃଶ୍ୟଗାଁର କିଛି ଯୁବକ ମୋବାଇଲ୍ ରେ କଏଦ କରିଛନ୍ତି। ବଜ୍ରପାତ ଯୋଗୁ ଗ୍ରାମବାସୀ ମାନେ ଭୟଭୀତ ହୋଇ ଯାଇଥିଲେ ।
