ଅତି ଆଡମ୍ବର ସହକରେ ଉଦଯାପିତ ହେଲା ରାଣୀଗୁଡା ଫାର୍ମ ର ମା ମଝିଘରିଆଣି ଙ୍କ ଘଣ୍ଟ ପର୍ବ
ରାୟଗଡ ( info media) ରାୟଗଡ ସହର ରାଣୀଗୁଡା ଫାର୍ମ ଅଂଚଳ ରେ ରାୟଗଡ ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ଘଣ୍ଟ ପର୍ବ ଗତ 27 ତାରିଖରୁ ଆରମ୍ଭ ହୋଇ 31 ତରଖ ରେ ଉଦଯାପିତ ହୋଇଯାଇଛି l ଏହି 5 ଦିନ ଧରି ଚାଲିଥିବା ଘଣ୍ଟ ପର୍ବ ରେ ମା ଙ୍କ ହାଣ୍ଡି ପୂଜା ମଣ୍ଡପ ରୁ ପ୍ରତ୍ୟକ ଦିନ ସନ୍ଧ୍ୟା ରେ ବାହାରି ରାଣୀଗୁଡା ଫାର୍ମ ଅଂଚଳ ର ସାହି ସାହି ବୁଲି ପୂଜା ମଣ୍ଡପ କୁ ଫେରିଥିଲା l ଏହାପରେ ପୂଜକ ( ବେଜୁ ନାଚ ) କରୁଥିଲେ ଏହି ନାଚ ଦେଖିବା ନିମନ୍ତେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ମା ଙ୍କ ବେଜୁ ନାଚ ଦେଖି ନିଜକୁ କୃତାର୍ଥ ମନେ କରିଥିଲେ l ପରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ସମୟ ରୁ ଶତାଧିକ ମହିଳା ମନେ ମା ଙ୍କୁ ହାଣ୍ଡି ବୁଲା ଦେଖିବା ନିମନ୍ତେ ପୂଜା ମଣ୍ଡପ ଠାରେ ଏକତ୍ରିତ ହେଉଥିଲେ l ମା ଙ୍କ ଅସ୍ଥାୟୀ ମା ଙ୍କ ମନ୍ଦିର ରେ ଆଜି ପର୍ବ ର ଅନ୍ତିମ ଦିନ ରେ ଉଭୟେ ମୋହିଳା ଓ ପୁରୁଷ ଲିଆ ମୁହାଁ ଫଳ ମୂଳ ପଣା ଓ କୁକୁଡ଼ା ଇତ୍ୟାଦି ପୂଜା କରିଥିଲେ l ରାୟଗଡ ଟ୍ରକ ମାଲିକ ସଂଘ ର ସଭାପତି କୋଣ୍ଡା ବାବୁ ମଧ୍ୟ୍ୟ ଆସି ମାଙ୍କ ନିକଟରେ ପୂଜାର୍ଚନା କରିଥିଲେ l ଆନ୍ଧ୍ର ପ୍ରଦେଶ ରୁ ଆସିଥିବା କଳାକାର ମାନେ ବିଭିନ୍ନ ପ୍ରକାର ପୌରାଣିକ ନାଟକ ସାହି ସାହି ବୁଲି ପରିବେଷଣ କରି ପୂଜା ମଣ୍ଡପ ଠାରେ ପହଁଞ୍ଚଥିଲେ l ସନ୍ଧ୍ୟା ସମୟରେ ପୂଜକ ହଜାର ହଜାର ଜନସାଧାରଣ ଙ୍କ ଉପସ୍ଥିତ ରେ ନିଆଁ ରର ଚାଲିବା ସହିତ କଣ୍ଟା ଦୋଳି ରେ ଝୁଲିଥିଲେ ପରେ ପରେ ମା ଙ୍କ ପାଦ କୁ ଏକ ବିରାଟ ପଟୁଆର ରେ ସ୍ଥାନୀୟ ଅଞ୍ଚଳବାସୀ ମା ଙ୍କ ମନ୍ଦିର ରେ ଛାଡି ଆସିଥିଲେ l ମା ଙ୍କୁ ବିଦାୟ ଦେବା ସମୟରେ ଜନସାଧାରଣ ଙ୍କ. ମନରେ ଦୁଃଖ ର ଛାୟା ଦେଖିବାକୁ ମିଳିଥିଲା lଏହି ଅଂଚଳ ରେ ଦୀର୍ଘ 50 ବର୍ଷରୁ ଉର୍ଦ୍ଧ ଧରି ମାଙ୍କ ଘଣ୍ଟ ପର୍ବ ଅତିଧୁଧାମ ରେ ପାଳିତ ହୋଇଆସୁଛି l କିନ୍ତୁ ଗତ 20 ବର୍ଷ ଧରି କୋଣ୍ଡା ବାବୁ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱବଧାନ ରେ ଘଣ୍ଟ ପର୍ବ ପାଳିତ ହୋଇଆସୁଛି ବୋଲି କୋଣ୍ଡା ବାବୁ ନିଜ ପ୍ରତିକ୍ରିୟା ରେ କହିଛନ୍ତି ପ୍ରାୟ 5 ହଜାର ରୁ ଉର୍ଦ୍ଧ ଜନସାଧାରଣ ଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l ଏହି, 5 ଦିନ ଧରୁ ବହୁ ସଂଖ୍ୟା ରେ ଜନସାଧାରଣ ଯୋଗ ଦେଇ ମା ଙ୍କ ଆଶୀର୍ବାଦ ନେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି l ମା ରାୟଗଡ ବାସୀ କୁ ଶାନ୍ତି ରେ ରଖନ୍ତୁ ବୋଲି ମୋର ମା ଙ୍କୁ ଠାରେ ପ୍ରାର୍ଥନା ବୋଲି କହିଥିଲେ ମା ଙ୍କୁ ଆଣି ଯେତେ ଖୁଶୀ ଥିଲୁ ମା ଙ୍କ ଆଜି ବିଦାୟ କରି ବହୁତ ଦୁଖୀ ଆଉ ଏକ ବର୍ଷ କୁ ଅପେକ୍ଷା ରହିଲା ବୋଲି କହିଛନ୍ତି l 5 ଦିନ ଧରି ଯେଉଁ କାର୍ଯ୍ୟକ୍ରମ ଚାଲିଥିଲା ଏହାକୁ ୟାଲ୍ଲା ଭେଙ୍କଟେଶ୍ୱର ରାଓ ଙ୍କ ସହିତ ରେଡ୍ଡୀ ସତ୍ୟନାରାୟଣ,କେ ସୁଦ୍ଧା, ଏନ ନରେଶ, ପି ଶ୍ରୀନୁ,ପି ଗୌରୀ,ଏସ ହରେଷ,ତୁ ଵାସା, କେ ଚାନ୍ତି, ପି କିରଣ,ଏମ ଜେଜୀ,ମଣି କୁମାର, ଏନ ସାଇ କୁମାର,ଏ ନବୀନ କୁମାର, ସନ୍ତୋଷ, ଆର ଉପେନ୍ଦ୍ର ପରିଚାଳନା କରିଥିଲେ l ଜନସାଧାରଣ ବହୁ ସଂଖ୍ୟା ରେ ଯୋଗଦେଇ ଶାନ୍ତି ଶୃଙ୍କଳା ର ସହିତ ଏହି ଘଣ୍ଟ ପର୍ବ କୁ ଉପଭୋଗ କରିଥିବାରୁ ଜନସାଧାରଣ ଙ୍କୁ କମିଟି ପକ୍ଷରୁ ଧନ୍ୟବାଦଜଣାଇଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
