ଅଙ୍ଗେଡା ଗ୍ରାମରେ ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ।
ଗଜପତି,୧୪.୫(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଙ୍ଗେଡା ଗ୍ରାମରେ ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସୂଚନା ପ୍ରକାରେ ଗରମ ଯୋଗୁଁ ବିଜୟ ଭୁୟାଁ ନିଜ ସ୍ତ୍ରୀ ସହ ଗତ କାଲି ରାତିରେ ବାରଣ୍ଡା ରେ ଶୋଇ ଥିଲେ। ଅର୍ଦ୍ଧ ରାତ୍ରରେ ବିଜୟ ଭୁୟାଁ ସାପ କାମୁଡ଼ାରେ ଛଟପଟ ହେବା ଦେଖି ନିଜ ପରିବାର ଲୋକଙ୍କୁ ସୂଚନା ଦେଇ ଥିଲେ। ପରିବାର ଲୋକେ ବିଜୟଙ୍କୁ ପ୍ରଥମେ ରୟଗଡ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି କୁ ପଠାଇ ଥିଲେ।ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ ହେଁ ସେ ମୃତ୍ୟୁ ବରଣ କରିଥିବା ଡାକ୍ତର କହିଥିଲେ। ଏ ନେଇ ପୋଲିସ ଙ୍କୁ ସୂଚନା ଦେବା ପରେ ପୋଲିସ୍ ଚିକିତ୍ସାଳୟ ରେ ପହଞ୍ଚି ଶବ କୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରା ଯାଇଛି।
