ଟିକାବାଲି ଆଇସିଡିଏସ୍ରେ ନବମ ରାଷ୍ଟ୍ରୀୟ ପୋଷଣ ମାହ ପାଳିତ,ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ ସହ କୃତୀ ପ୍ରତିଯୋଗୀ ପୁରସ୍କୃତ…..
କନ୍ଧମାଳ , ୧୪ ଅକ୍ଟୋବର: – (ରିପୋର୍ଟ କୁନା ଦିଗାଲ )ଟିକାବାଲି ଆଇସିଡିଏସ୍ ପକ୍ଷରୁ ଆଜି ନବମ ରାଷ୍ଟ୍ରୀୟ ପୋଷଣ ମାହ ପାଳିତ ହୋଇଯାଇଛି। ଏହି ଅବସରରେ ପୁଷ୍ଟିକର ଖାଦ୍ୟ, ସନ୍ତୁଳିତ ଆହାର ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷଶ୍ରୀଯୁକ୍ତ ଦିଲ୍ଲୀପ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମେଡିକାଲ ଅଫିସର ଡ଼କ୍ଟର ଜ୍ୟୋତିରଂଜନ ଜେନା ଓ ସହକାରୀ ବ୍ଲକ୍ ଶିକ୍ଷାଧିକାରୀ (ଏବିଇଓ) ଶ୍ରୀମତୀ ବିନୋଦିନୀ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସିଡିପିଓ ସୁନିତାରାଣୀ ଦାଶ କାର୍ଯ୍ୟକ୍ରମର ଆବାହକ ଭାବେ ଦାୟିତ୍ୱ ତୁଲାଇଥିଲେ।
କାର୍ଯ୍ୟକ୍ରମରେ ତ୍ରିରଙ୍ଗାପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା। ଏଥିସହିତ ପୋଷଣ ସମ୍ପର୍କିତ ସଚେତନତା ବୃଦ୍ଧି ନିମନ୍ତେ ରଚନା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।
ଉକ୍ତ ପ୍ରତିଯୋଗିତାଗୁଡ଼ିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଏଥିସହିତ ଅଙ୍ଗନବାଡି ଜ୍ଞାନକେନ୍ଦ୍ର କର୍ମୀ, ପୋଷଣ କୋର୍ଡିନେଟର, ଗର୍ଭବତୀ ମା ଓ ଆଶା ଦିଦିଙ୍କୁ ମଧ୍ୟ ସମାନିତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ସମସ୍ତ ମହିଳା ପରିଦର୍ଶିକା, କାର୍ଯ୍ୟାଳୟ ର କର୍ମଚାରୀ ସହଯୋଗ କରିଥିଲେl
