ଜିଲ୍ଲା ପ୍ରଶାସନ ଦ୍ୱାରା ରାୟଗଡ଼ ଠାରେ ଆର୍ଥିକ ସାକ୍ଷ୍ୟରତା ଶିବିର ଆର,ଉଦୟଗିରି(ମନୋଜ କୁମାର ପାଢୀ/ 01/11/24 ରିଖରେ ରାୟଗଡ଼ ଠାରେ ପୋଷ୍ଟାଲ ଏଜେଣ୍ଟ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ଆବାହକତ୍ୱରେ ଆର୍ଥିକ ସାକ୍ଷ୍ୟରତା ଶିବିର ଅନୁଷ୍ଠିତ ହୋଇଯାଇଛି |ଏ ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ ଯୋଗ ଦେଇଥିବା ବେଳେ କନିଷ୍ଠ ସହାୟକ ଶ୍ରୀ ଅଜିତ କୁମାର ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ | ବର୍ତ୍ତମାନ ସମୟରେ କୌଣସି ବେସରକାରୀ ସଂସ୍ଥାରେ ଅର୍ଥ ବିନିଯୋଗ ନ କରିବା ଓ ସାଇବର ଠକ କବଳରୁ ସୁରକ୍ଷା ପାଇବା ପାଇଁ କିପରି ଉପାୟ ଅଵଲମ୍ବନ କରିବାକୁ ହେବ ସେଥିପାଇଁ ପରାମର୍ଶ ଦେଇଥିଲେ | ଜାତୀୟ କରଣ ବ୍ୟାଙ୍କ କିମ୍ବା ନିକଟସ୍ଥ ଡାକ ଘରେ ପ୍ରଚଳିତ ବିଭିନ୍ନ ଯୋଜନା ଯଥା କିସାନ ବିକାଶ ପତ୍ର, ଜାତୀୟ ସଞ୍ଚୟ ସାର୍ଟିଫିକେଟ, ଆବର୍ତ୍ତିଜମା (RD)ସୁକନ୍ୟା ଯୋଜନା ଓ ଗ୍ରାମୀଣ ଡାକ ବୀମା ଯୋଜନା ଇତ୍ୟାଦି ତା ସହିତ ଓଡିଶା ସରକାରଙ୍କ ଲଟେରୀ କୂପନ ବ୍ୟବସ୍ଥା ସମ୍ପର୍କରେ ଅତିଥି ବୃନ୍ଦ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ | ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ଅଭାବ ଯୋଗୁଁ ଅନେକ ପରିବାର ଠକାମୀର ଶିକାର ହୋଇ ଥିବାର ନଜିର ଅଛି ତେଣୁ ନିକଟସ୍ଥ ଡାକଘରେ ସମସ୍ତ ପ୍ରକାର ବିନିଯୋଗର ସୁବିଧା ମିଳିପାରିବ ବୋଲି ପ୍ରକାଶ କରିଥିଲେ |ଏହି ବୈଠକରେ ମହିଳା ମାନଙ୍କ ସମେତ ପ୍ରାୟ 200 ଜଣ ଅଂଶ ଗ୍ରହଣ କରିଥିଲେ | ଶ୍ରୀ ସନ୍ତୋଷ କୁମାର ଦାସ ବୈଠକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |
Related Posts
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ.. ଗଜପତି(ମନୋଜ ପାଢୁ/୧୮/୧୧/୨୪ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସନତୁଣ୍ଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ…
ପଦ୍ମପୁର ହସପିଟାଲରେ ଡାକ୍ତର ଓ ନର୍ସ ପଦବୀ ପୂରଣ କେଵେ ହେଵ ଵୋଲି ସ୍ୱାସ୍ଥ୍ୟ ବିଭାଗକୁ ପ୍ରଶ୍ନ?
ପଦ୍ମପୁର ହସପିଟାଲରେ ଡାକ୍ତର ଓ ନର୍ସ ପଦବୀ ପୂରଣ କେଵେ ହେଵ ଵୋଲି ସ୍ୱାସ୍ଥ୍ୟ ବିଭାଗକୁ ପ୍ରଶ୍ନ? ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଦାଦନ ପ୍ରଵଣ ଅଞ୍ଚଳ…
ଭୁବନେଶ୍ବରରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ
ଭୁବନେଶ୍ବରରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଭୁବନେଶ୍ୱର: ଭୁବନେଶ୍ବର ପାଟିଆ ଛକ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ଜଣାପଡ଼ିଛି।ଲୁକି ଇଣ୍ଡିଆ ଆପାର୍ଟମେଣ୍ଟର ୮ମ ମହଲାରେ ଲାଗିଥିଲା ନିଆଁ।ଅଗ୍ନିଶମ…