ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ।

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ।

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ।

ଆସ୍କା ଥାନା ଅନ୍ତର୍ଗତ ଚେରେମେରିଆ ଛକରେ ସଡ଼କ ଦୁର୍ଘଟଣାରେ ଆସ୍କା ସହର ଲାଲା ଶାସନ ର ହିମାଂଶୁ ଶେଖର ପାତ୍ର ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି ଓ ବଂଧୁ ରାଜେନ୍ଦ୍ର ଗୌଡ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଉଭୟ ବଂଧୁ ବ୍ରହ୍ମପୁର ଠାରୁ ନିଜ ଗାଁ କୁ ଫେରୁଥିବା ବେଳେ ଦୁର୍ଘଟଣା ର ସମ୍ମୁଖୀନ ହେଇଥିଲେ। ସ୍ଥାନୀୟ ଲୋକେ ଉଭୟ ଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ଡ଼ାକ୍ତର ହିମାଂଶୁ କୁ ମୃତ ଘୋଷଣା କରିଛନ୍ତି।ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।