ସରକାରୀ ଯୋଜନା ପହଞ୍ଚିବା ଅଭିଯୋଗ ଆଣିଲେ ରାଜପୁର ଓ ଝରଣୀପୁର ଗ୍ରାମବାସୀ ।ସରକାରୀ ଯୋଜନା ପହଞ୍ଚିବା ଅଭିଯୋଗ ଆଣିଲେ ରାଜପୁର ଓ ଝରଣୀପୁର ଗ୍ରାମବାସୀ ।

ସରକାରୀ ଯୋଜନା ପହଞ୍ଚିବା ଅଭିଯୋଗ ଆଣିଲେ ରାଜପୁର ଓ ଝରଣୀପୁର ଗ୍ରାମବାସୀ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆଦିବାସୀ ଅଞ୍ଚଳର ବ୍ଳକ ଖୀରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜପୁର ଓ ଝରଣାପୁର ର ପ୍ରାୟ ୨୫ ଗୋଟି ପରିବାର ବସବାସ କରି ଆସୁଥିବା ଗ୍ରାମକୁ ଯିବା ପାଇଁ ରାସ୍ତା ଟିଏ ସୁଦ୍ଧା ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପାହଡ ପର୍ବତ ଘେରା ଏହି ଗ୍ରାମରେ ସେଥିଲାଗି କୌଣସି ସରକାରୀ ସହାୟତା ମଧ୍ୟ ଠିକ୍ ରେ ଆସି ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି । କେବଳ ଭୋଟ ବେଳେ ଅନେକ ସ୍ବପ୍ନ ଦେଖାନ୍ତି ରାଜନେତା, ହେଲେ ଲୋକଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଏ । ପ୍ରଶାସନକ ଅଧିକାରୀ ମଧ୍ୟ ଏହି ଅଞ୍ଚଳ ପରିଦର୍ଶନରେ ଆସୁନଥିବା କହନ୍ତି ଅଞ୍ଚଳବାସୀ । ରାସ୍ତା ନଥାଇ ଗମନାଗମନ ବାଧାପ୍ରାପ ହୁଏ ଏବଂ ସ୍କୁଲ ଶିକ୍ଷାରେ ମଧ୍ୟ ଅନେକଙ୍କ ପୂଣ୍ଣଛେଦ ପଡେ । ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ପାଇବା ତ ନକହିବା ଭଲ । ଅନେକ ସମୟରେ ରୋଗୀ ହନ୍ତସନ୍ତ ହେବା ନଜିର ରହିଛି । ତେବେ ଗ୍ରାମବାସୀଙ୍କ ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ପରି ସମସ୍ୟା ଲାଗି ରହିଥିବାରୁ ସରକାର ଓ ପ୍ରଶାସନ ଏ ଗ୍ରାମକୁ ଦୃଷ୍ଟି ଦେବାକୁ ଦାବୀ ହେଉଛି । ନଚେତ ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କୁ ସଠିକୀ ଜବାବ ଦେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

By admin

Leave a Reply

Your email address will not be published. Required fields are marked *