ଉଦଘାଟନ ଅପେକ୍ଷାରେ ଚନ୍ଦ୍ରଗିରି ସ୍ଥିତ twice ହାପି ଇକୋ ରିସର୍ଟ ।ଆର,ଉଦୟଗିରି(ମନୋଜ ପାଢୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଏକ ବିଳାସ ପୂର୍ଣ୍ଣ ଇକୋ ରିସର୍ଟ ଚଳିତ ମାସ ୨୪ ତାରିଖ ଦିନ ଶୁଭ ମୁହୂର୍ତ୍ତରେ ଆରମ୍ଭ ହେବାକୁ ଯାଉଅଛି। ଏହାକୁ ଇଣ୍ଡିଆନ ବ୍ୟାଙ୍କ ଜୋନାଲ ମ୍ୟାନେଜର ଧର୍ମେନ୍ଦ୍ର ପ୍ରତାପ ପର୍ମାର ଆନୁଷ୍ଠାନିକ ଭାବେ ଉଦଘାଟନ କରିବାକୁ ସ୍ଥିର ହୋଇଥିବା ବେଳେ ଜିରାଙ୍ଗ ବୁଦ୍ଧ ସ୍ଥିତ ସ୍ଥାନୀୟ ତିବତିଆନ ମନ୍ଦିର ଗୁରୁଜୀ ଖେମ୍ପୋ ପେମା ଟେନ୍ଫିଲ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସଙ୍ଗେ ବହୁ ମାନ୍ୟ ଗଣ୍ୟ ଅତିଥି ମାନେ ମଧ୍ୟ ଉପସ୍ଥିତ ରହିବେ। ଚନ୍ଦ୍ରଗିରି ଓଡ଼ିଶାର ଏକ ତୀର୍ଥ ସ୍ଥାନ ହୋଇଥିବାରୁ ପରିଚାଳନା ନିର୍ଦ୍ଦେଶକ ତଥା ରିସୋର୍ଟ ମାଲିକ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ ପର୍ଯ୍ୟଟକ ମାନଙ୍କୁ ଆତିଥ୍ୟ ଦେବା ନିମନ୍ତେ ସମସ୍ତ ପ୍ରକାର ସୁବିଧା ଏହି ରିସୋର୍ଟ ରେ କରିଥିବା ପ୍ରକାଶ କରିଛନ୍ତି।ସଠିକ୍ ମୂଲ୍ୟରେ ଭୋଜନ ସହ ରହିବାର ବନ୍ଦୋବସ୍ତ ଏହି ରିସୋର୍ଟ ରେ ଥିବା ଦେଖିବାକୁ ମିଳେ। ଅଞ୍ଚଳ କୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଏହାର ସୁଯୋଗ ନେବା ନିମନ୍ତେ ପରିଚାଳନା ନିର୍ଦ୍ଦେଶିକା ତଥା ମାଲିକ ଶ୍ରୀମତୀ ସାହୁ ଅନୁରୋଧ କରିଛନ୍ତି।
ଉଦଘାଟନ ଅପେକ୍ଷାରେ ଚନ୍ଦ୍ରଗିରି ସ୍ଥିତ twice ହାପି ଇକୋ ରିସର୍ଟ ।
