ଟିକାବାଲି କଲେଜେ ଠାରେ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଓଡ଼ିଆ ପାଠଚକ୍ର ଅନୁଷ୍ଠିତଟିକାବାଲି କଲେଜେ ଠାରେ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଓଡ଼ିଆ ପାଠଚକ୍ର ଅନୁଷ୍ଠିତ

ଟିକାବାଲି କଲେଜେ ଠାରେ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଓଡ଼ିଆ ପାଠଚକ୍ର ଅନୁଷ୍ଠିତ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ.ସି.ଏସ. ମହାବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ଓ ଓଡ଼ିଆ ପାଠଚକ୍ର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଏବଂ ମୁଖ୍ୟ ଆଲୋଚକ ଭାଵେ କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ଃ ନିରଞ୍ଜନ ପାଣ୍ଡିଆ ଯୋଗ ଦେଇ ପାଠଚକ୍ରର ଶୀର୍ଷକ ଥିବା ଗଙ୍ଗାଧର ସାହିତ୍ୟରେ ପ୍ରକୃତି ଚିତ୍ର କୁ ନେଇ ବିଷଦ ଆଲୋଚନା କରିଥିଲେ । ବିଭାଗର ଅଧ୍ୟାପିକା ନିବେଦିତା ଭୋଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ , ବନମାଳୀ ବେହେରା , ନରେନ୍ଦ୍ର ଦିଗାଲ , ବିରୁପାକ୍ଷ ତ୍ରିପାଠୀ , ଅମୂଲ୍ୟ କୁମାର ସାବତ ,ରତନ କୁମାର ଦିଗାଲ , ଶଙ୍କର ପାଢ଼ୀ , ଜ୍ଞାନ ରଞ୍ଜନ ଭୋଇ , ଅଭୟ ପ୍ରଧାନ , କାର୍ଯ୍ୟାଳୟ ମୁଖ୍ୟ ମନୋଜ କୁମାର ଭୋଇ ଓ ଅଧ୍ୟାପିକା ସଂଘମିତ୍ରା ଦାସ , ଶିବାନୀ କହଁର , ମିରାମ୍ବିକା , ଓ ନମିତା ମହାରଣା ମଞ୍ଚାସୀନ ଥିଲେ । ଅଧ୍ୟାପକ ରିଲୁ ପ୍ରଧାନ , ଭଞ୍ଜ କିଶୋର ସାହୁ ,ଅଜୟ କୁମାର ଗଣ୍ଡ ମଞ୍ଚ ପରିଚାଳନା କରିଥିଲେ । ଛାତ୍ରୀ ଯଶଶ୍ରୀ ମହାନ୍ତି ପାଠଚକ୍ରର ପ୍ରବନ୍ଧ ପାଠ କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଚମ୍ପା ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଛାତ୍ର ସଞ୍ଜୟ ମଲ୍ଲିକ ଓ ଛାତ୍ରୀ ପ୍ରଜ୍ଞା ଦେବୀ ,ପ୍ରତିଭା ମଞ୍ଜରୀ ପ୍ରଧାନ ସହଯୋଗ କରିଥିଲେ ।

By admin

Leave a Reply

Your email address will not be published. Required fields are marked *