ଆଦି କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ରାୟଗଡା ( ଅମୁଲ୍ୟ ନିଶଙ୍କ ) : ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରାମନାଗୁଡା ବ୍ଲକ କଲ୍ୟାଣ ମଣ୍ଡପ ରେ ଦୁଇ ଦିନିଆ ଆଦି କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି।ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ସମ୍ମାନିତ ଅତିଥି ରୂପେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ମୁଖ୍ୟ ଚିକିତ୍ସାଧିକାରୀ ଅଭିଷେକ ପଟ୍ଟନାୟକ,ପ୍ରାଣୀ ଚିକିତ୍ସା ଅଧିକାରୀ କୃଷ୍ନାନନ୍ଦ ବେହେରା,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ସିଡ଼ିପିଓ ଅଞ୍ଜଳି ମହାପାତ୍ର,ସହକାରୀ ଉଦ୍ୟାନ ଅଧିକାରୀ ଏମ ସୁଚିତ୍ରା ପ୍ରମୁଖ ମଞ୍ଚାସିନ ଥିଲେ।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବ୍ଲକ ର ଧରତି ଆବା ଉତ୍କର୍ଷ ଯୋଜନା ଅଧୀନ ୨୧ଟି ଗାଁ ସହ ଜନଜାତି ସମ୍ପ୍ରଦାୟ ର ସାମଗ୍ରିକ ବିକାଶ ନିମନ୍ତେ ଖସଡ଼ା ପ୍ରସ୍ତୁତ କରାଯିବ।ଏହି ଶିବିର ର ମୁଖ୍ୟ ପ୍ରଶିକ୍ଷକ ରୂପେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ଯୋଗାଣ ଅଧିକାରୀ ଭବାନୀ ପ୍ରସାଦ ବେହେରାପ୍ରଶିକ୍ଷଣ ଦେଇଥିଲେ।ଏହି ପ୍ରଶିକ୍ଷଣ ଶିବିର ରେ ବ୍ଲକ ର ସମସ୍ତ ଆର ଆଇ,ମହିଳା ଶିଶୁ ବିକାଶ ପରିଦର୍ଶକା,ସିଆରସିସି,ଜଙ୍ଗଲ ବିଭାଗ ଅଧିକାରୀ,ଉଦ୍ୟାନ ବିଭାଗ ଅଧିକାରୀ,କୃଷି ବିଭାଗ ଅଧିକାରୀ,ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଇଓ, ଏବିଇଓ ,ପ୍ରଦାନ ଓ ଶକ୍ତି ଅନୁଷ୍ଠାନ ପ୍ରମୁଖ ପ୍ରଶିକ୍ଷଣ ନେଇଥିଲେ।ଏହି ଶିବିର ରେ ଉଦ୍ୟାନ ବିଭାଗ ର ଅକ୍ଷୟ କୁମାର ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ।ସନ୍ତୋଷ ବେହେରା, ଦିବ୍ୟଜିତ ଉଲ୍ଲକା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ଆଦି କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
