ନାକ ଉଚ୍ଚତରମାନ ମଳିବା ସକାଶେ କର୍ମଶାଳାମାନ ନିର୍ଦ୍ଧାରଣ ପ୍ରଶିକ୍ଷକ ଯୋଗ ଦେଇଥିଲେ।

ନାକ ଉଚ୍ଚତରମାନ ମଳିବା ସକାଶେ କର୍ମଶାଳା ମାନ ନିର୍ଦ୍ଧାରଣ ପ୍ରଶିକ୍ଷକ ଯୋଗ ଦେଇଥିଲେ।

ନାକ ଉଚ୍ଚତରମାନ ମଳିବା ସକାଶେ କର୍ମଶାଳା
ମାନ ନିର୍ଦ୍ଧାରଣ ପ୍ରଶିକ୍ଷକ ଯୋଗ ଦେଇଥିଲେ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା କଲେଜ ଠାରେ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଦିବସୀୟ ନାକ ଉଚ୍ଚତରମାନ ମିଳିବା ପାଇଁ ଆବଶ୍ୟକ ବିଷୟବସ୍ତୁ, ମାନକ ନିର୍ଦ୍ଧାରଣ, ଅଧୀକାର ଭୁକ୍ତ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହିଅବସରରେ ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ନିର୍ଦେଶକ ସମ୍ବଲପୁର ପ୍ରଫେସର ଉମାଶଙ୍କର ମିଶ୍ର, ନାକ ପରାମର୍ଶ ଦାତା ପ୍ରଫେସର୍ ଜୟନ୍ତ କୁମାର ପରିଡା, ପ୍ରଫେସର୍ ପି.କେ ପ୍ରଧାନ,ପ୍ରଫେସର୍ ଏମ.ସାହୁ, ସଂଯୋଜକ ସିଦ୍ଧାନ୍ତ କୁମାର ମହାନ୍ତି କଲେଜ ଆଇ .କ୍ୟୁ.ଏ
ସି ସଂଯୋଜକ ଡ.ଜୟନ୍ତ କୁମାର ସାହୁ ମଂଚାସୀନ ରହି ନାକର ଉଚ୍ଚତର ମାନ୍ୟତା ମିଳିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।କର୍ମଶାଳାରେ ଅତାବିରା କଲେଜ, ପଲ୍ଳିଶ୍ରୀ କଲେଜ ଚିଚିଣ୍ଡା , ପାର୍ବତୀଗିରି କଲେଜ ବରଗଡ,ବରପାଲି କଲେଜ, ଅଂଚଳ କଲେଜ ପଦମପୁର,ଆଞ୍ଚଳିକ କିଷାନ କଲେଜ ଭେଡେନର ଅଧ୍ୟକ୍ଷ ସହ ଆଇ.କ୍ୟୁ.ଏ.ସି ସଂଯୋଜକ ମାନେ ଯୋଗଦାନ କରିଥିଲେ। ଶେଷରେ ଅଧ୍ୟାପକ ଜୟକିଶୋର ସୁନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜ ସ୍ଥିତ ନାକ ସଦସ୍ୟ ଡ.ଶାନ୍ତିଲତା ବାରିକ,ଡ. ଗୁରୁଦେବ କୁଶଲ, ଡ.ରଂଞ୍ଜିତ ପ୍ରଧାନ, ଡ.ସୁବଳ ରଂଜନ ସାହୁ ସହଯୋଗ କରିଥିଲେ। କର୍ମଶାଳାରେ ସମସ୍ତ ବିଭାଗମୁଖ୍ୟ ଉପସ୍ଥିତ ଥିଲେ।