ଗାର୍ଡିଙ୍ଗିଆ ଠାରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ…
କନ୍ଧମାଳ:- ତା ୧୭/୯/୨୫ ( ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଜିତେନ୍ଦ୍ର କୁମାର ମଲିକଙ୍କ ଅଧକ୍ଷତାରେ ଆଜି ଦେଶର ଜସ୍ୱସ୍ପି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଦାମୋଦର ଦାସ ନରେନ୍ଦ୍ର ମୋଦୀ ଜୀଙ୍କ ୭୫ ତମ ଜନ୍ମ ଜୟନ୍ତୀ ଅବସରରେ “ଏକ ପେଡ଼ ମାଆ କି ନାମ ସେ ” ନାରା ରେ ଗାର୍ଡିଙ୍ଗିଆ ଗ୍ରାମ ପଂଚାୟତ ହାଇସ୍କୁଲ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଶୁ ଚିକିତ୍ସାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ପ୍ରକୃତି କୋଳେ ଜନ୍ମନେଇ ସାରା ଜୀବ ଜଗତ ଆଜି ଧୀରେ ଧୀରେ ଲୋପ ପାଇବାର ଦେଖିବାକୁ ମିଳୁଛି l ଏବଂ ତାପମାତ୍ରା ଅତ୍ୟଧିକ , ଭୂସ୍ଖଳନ, ବିପର୍ଯ୍ୟ ପରିବେଶ ସାଙ୍ଗକୁ ଚାରିଆଡ଼େ ହାହାକାର ଚିତ୍କାର ଶୁଭିବା ରେ ଲାଗିଛି l ଏବଂ ଯେଉଁ ପରି ଭାବରେ ପରିବେଶ ଧ୍ୱଂସ ହେବା ରେ ଲାଗୁଛି ଯେ ଅନୁମାନ କରାଯାଉଛି ଯଦି ଆଗାମୀ ଦିନରେ ଏପରି ସଚେତନତା ଏବଂ ପରିବେଶ ପ୍ରତି ଦୃଷ୍ଟି ନ ଦିଆ ଯାଏ ତେବେ ଆଗାମୀ ପିଢ଼ି ପାଇଁ ଅଭିସପ୍ତ ଜୀବନ ଭୋଗିବାକୁ ପଡିବ ବୋଲି ପରିବେଶ ବିତ୍ତ ମାନେ ମତ ରଖିଛନ୍ତି l ତେଣୁ ଆଜି ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମଦିନକୁ ପାଳନ ପରିପେକ୍ଷୀ ରେ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଏକ ଜରୁରୀ ମନେ କରିଛନ୍ତି ଗାର୍ଡିଙ୍ଗିଆ ଅଞ୍ଚଳ ବାସୀ l ସେଥିପାଇଁ ସମସ୍ତେ ନିଜକୁ ପ୍ରସ୍ତୁତି କରିଛନ୍ତି ଯେ ଗଛ ବଞ୍ଚିଲେ ପୃଥିବୀ ବଞ୍ଚିବ ଏବଂ ପରିବେଶ ସନ୍ତୁଳନ ହେବ l ଏହାକୁ ଆଖି ଆଗରେ ରଖି ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ର ପାରମ୍ପରିକ କଳାକାର ଏବଂ ସ୍ଥାନୀୟ ଜନ ପ୍ରତିନିଧି, ଗ୍ରାମବାସୀ ଶିକ୍ଷକ, ଶିକ୍ଷୟତ୍ରୀ,ଏବଂ ଛାତ୍ର ଛାତ୍ରୀ ମାନେ ଗୋଟିଏ ଗୋଟିଏ ଗଛ ଲଗାଇ ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ନିର୍ମାଣ ପାଇଁ ସହାୟକ ହୋଇଛନ୍ତି l ଆଜିର ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବିଶିଷ୍ଟ ବ୍ୟକ୍ତି ଦେବେନ୍ଦ୍ର ଦିଗାଲ, ପ୍ରମୋଦ ମଲିକ, ବିନୋଦ ପ୍ରଧାନ, ନିର୍ବାଚନ ପ୍ରଧାନ, ପ୍ରିୟଞ୍ଜନ ପ୍ରଧାନ, ରାଇଙ୍ଗା ଦିଗାଲ, ମଞ୍ଜୁଲତା ଦିଗାଲ, ସୁଭଜିନି ପ୍ରଧାନ, ବେଡ଼ ପ୍ରଧାନ,ପ୍ରମୁଖ ଉପସ୍ଥିତ ଥିଲେ l
