ସୀମାନ୍ତ ତେଲେଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଳତା। ୧ କୋଟି ଘୋଷିତ କେନ୍ଦ୍ରୀୟ କମିଟିର ସଦସ୍ୟାକୁ ପୁଲିସ ଗିରଫ କରିଛି।

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଳତା। ୧ କୋଟି ଘୋଷିତ କେନ୍ଦ୍ରୀୟ କମିଟିର ସଦସ୍ୟାକୁ ପୁଲିସ ଗିରଫ କରିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଏହି ମହିଳା ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି। ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା ଯେ ହାଇଦ୍ରାବାଦର ମେହବୁବ ନଗରରେ କେନ୍ଦ୍ରୀୟ କମିଟିର ଜଣେ ଆଗଧାଡିର ମହିଳା ନେତ୍ରୀ ବସଷ୍ଟାଣ୍ଡରେ ଠିଆ ହୋଇଛନ୍ତି। ଏହା ଶୁଣିବା ପରେ ତୁରନ୍ତ ପୁଲିସ ତତ୍ପରତା ଦେଖାଇ ବସଷ୍ଟାଣ୍ଡକୁ ଘେରି ସୁଜାତାକୁ ଗିରଫ କରିଥିଲା। Source: Sambad

Leave a Reply

Your email address will not be published. Required fields are marked *