ବାଲ୍ୟ ବିବାହ ନିରାକରଣ ସଚେତନତା

ବାଲ୍ୟ ବିବାହ ନିରାକରଣ ସଚେତନତା

ବାଲ୍ୟ ବିବାହ ନିରାକରଣ ସଚେତନତା
ଗଜପତି(ମନୋଜ ପାଢୀ) ବାଲ୍ୟ ବିବାହ ନିରାକରଣ ନିମନ୍ତେ ଗଜପତି ଜିଲ୍ଲା ଆର,ଉଦୟଗିରି ଓ ଗୁମ୍ମା ବ୍ଳକରେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ବାଲ୍ୟ ବିଭାହ ଶେଷ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଚେତନତା କାର୍ଯ୍ୟକ୍ରମରେ ମନ୍ଦିର ପୂଜକ,ଧର୍ମଗୁରୁ, ଜନ ପ୍ରତିନିଧି, ଶିଶୁ ବିକାଶ କର୍ମୀ ଏବଂ କିଶୋର କିଶୋରୀ ମିଶି ବାଲ୍ୟ ବିବାହକୁ ସମ୍ପଣ୍ଣ ବନ୍ଦ କରିବା, ୧୮ ଓ ୨୦ ବର୍ଷ ବୟସରୁ କମ୍ ଥିବା ସମସ୍ତ ଶିଶୁ ମାନଙ୍କର ଶିକ୍ଷା ସ୍ବାସ୍ଥ୍ୟ ନିରାପତ୍ତା ଓ ସ୍ବପ୍ନକୁ ସୁନିଶ୍ଚିତ କରିବା ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ । ଗନିଆ ଉନ୍ନୟନ କମିଟି ଦ୍ବାରା ଆୟୋଜିତ ବାଲ୍ୟ ବିବାହ ନିରାକରଣ ସଚେତନତାପାଇଁ ବିଶ୍ବ ଆନ୍ତଃର୍ଧର୍ମୀୟ ସପାହ ସେପ୍ଟେମ୍ବର ୧୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆର,ଉଦୟଗିରି ବ୍ଳକର ରାମଗିରି ଗ୍ରାମପଞ୍ଚୟତ ମାଆ କୁରେଇଶୁଣୀ ମନ୍ଦିର, ଶିବ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୂଜକ , ଜନପ୍ରତିନିଧି ଓ ଯୁବପିଢିଙ୍କୁ ନେଇ ସ୍ବେଛାସେବୀ ନିର୍ମଳା ପଟ୍ଟନାୟକ ଶପଥ ପାଠ କରାଇଥିଲେ ।