ପାଟନାରେ ୨୫ ସେପ୍ଟେମ୍ବରରୁ ସାହିତ୍ୟ ଏକାଡେମୀର ‘ଉନ୍ମେଷ: ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ’ଯୋଗ ଦେବେ ଭାରତ ଏବଂ ବିଦେଶର ୧୦୦ ଭାଷାର ୫୫୦ ଲେଖକପାଟନାରେ ୨୫ ସେପ୍ଟେମ୍ବରରୁ ସାହିତ୍ୟ ଏକାଡେମୀର ‘ଉନ୍ମେଷ: ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ’ଯୋଗ ଦେବେ ଭାରତ ଏବଂ ବିଦେଶର ୧୦୦ ଭାଷାର ୫୫୦ ଲେଖକ

ପାଟନାରେ ୨୫ ସେପ୍ଟେମ୍ବରରୁ ସାହିତ୍ୟ ଏକାଡେମୀର ‘ଉନ୍ମେଷ: ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ’ଯୋଗ ଦେବେ ଭାରତ ଏବଂ ବିଦେଶର ୧୦୦ ଭାଷାର ୫୫୦ ଲେଖକ

କଲକାତା (୧୦ /୦୯); ରିପୋର୍ଟ-ସନାତନ ମହାକୁଡ଼। ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଉନ୍ମେଷର ତୃତୀୟ ସଂସ୍କରଣ ଏଥର ୨୫ ରୁ ୨୮ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବିହାରର ପାଟନାସ୍ଥିତ ସମ୍ରାଟ ଅଶୋକ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେବ। ଏହି ମହୋତ୍ସବ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏବଂ ସାହିତ୍ୟ ଏକାଡେମୀ ଦ୍ୱାରା ବିହାର ସରକାରଙ୍କ ସହଯୋଗରେ ମିଳିତ ଭାବରେ ଆୟୋଜିତ ହେଉଛି। ଆଜି ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ମନ୍ତ୍ରାଳୟର ସଚିବ ବିବେକ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ସେ ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ବିଜ୍ଞାନ ଭବନରେ ସେପ୍ଟେମ୍ବର ୧୧-୧୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଆଲୋଚନାଚକ୍ର ବିଷୟରେ ମଧ୍ୟ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

ଏହା ‘ଜ୍ଞାନ ଭାରତମ୍’ ଅଧୀନରେ ପାଣ୍ଡୁଲିପି ଐତିହ୍ୟ ମାଧ୍ୟମରେ ଭାରତର ଜ୍ଞାନ ଐତିହ୍ୟକୁ ପୁନରୁଦ୍ଧାର କରିବାର ଯୋଜନା। ସଂସ୍କୃତି ମନ୍ତ୍ରାଳୟର ଅତିରିକ୍ତ ସଚିବ ଅମିତା ପ୍ରସାଦ ସରାଭାଇ, ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ସଦସ୍ୟ ସଚିବ ଡକ୍ଟର ସଚ୍ଚିଦାନନ୍ଦ ଜୋଶୀ ଏବଂ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।’ଉନ୍ମେଷ’ ଅଂଶଗ୍ରହଣକାରୀ ସାହିତ୍ୟିକଙ୍କ ସଂଖ୍ୟା ଦୃଷ୍ଟିରୁ ଏସିଆର ସର୍ବବୃହତ ସାହିତ୍ୟ ମହୋତ୍ସବ। ଚଳିତ ବର୍ଷ ଭାରତ ଏବଂ ବିଦେଶର ପ୍ରାୟ ୫୫୦ ଜଣ ପ୍ରଖ୍ୟାତ ଲେଖକ, କବି, ବିଦ୍ୱାନ, ଅନୁବାଦକ, ପ୍ରକାଶକ ଏବଂ ବିଭିନ୍ନ କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରାୟ ୯୦ଟି ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ୧୦୦ଟି ଭାଷାର ପ୍ରତିନିଧିତ୍ୱ କରିବେ। ୧୨ଟି ଅନ୍ୟ ଦେଶର ଲେଖକ ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ। ବିହାରର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, ଅମୋଲ ପାଲେକର, ଜାଭେଦ ଅଖତର, ଗିରିଶ କାସରବଲ୍ଲୀ, ଶ୍ରୀମତୀ ସୋନାଲ ମାନସିଂହ ଏବଂ ଭାରତରେ ନିଯୁକ୍ତ କେତେକ ଦେଶର ରାଷ୍ଟ୍ରଦୂତଙ୍କ ସମେତ ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ। ସୂଚନୋଯାଗ୍ୟ ଯେ ଉନ୍ମେଷର ପୂର୍ବ ଦୁଇଟି ସଂସ୍କରଣ ୨୦୨୨ ରେ ସିମଲା ଏବଂ ୨୦୨୩ରେ ଭୋପାଳରେ ଆୟୋଜିତ ହୋଇଥିଲା।ମହୋତ୍ସବରେ କବିତା ଏବଂ କାହାଣୀ ପାଠ ବ୍ୟତୀତ ସାହିତ୍ୟ ଏବଂ ଅନ୍ୟାନ୍ୟ କଳାର ସହଭାଗୀ ଜଗତ, ଉତ୍ତର-ଆଧୁନିକ ଭାରତୀୟ ସାହିତ୍ୟ ଏବଂ ସିନେମା, ସାମାଜିକ ଗଣମାଧ୍ୟମ ଏବଂ ସାହିତ୍ୟ, ଆଦିବାସୀ ସମ୍ପ୍ରଦାୟର ପ୍ରବାସ ଏବଂ ପରିଚୟ ସଙ୍କଟ, ବିଦେଶୀ ଭାଷାରେ ଭାରତୀୟ ସାହିତ୍ୟର ପ୍ରଚାର, ବିହାରର ସାହିତ୍ୟିକ ଐତିହ୍ୟ, ଜାତୀୟ ଶିକ୍ଷା ନୀତିରେ ସାହିତ୍ୟର ଭୂମିକା, ଭାରତୀୟ ନାଟକରେ ବିସ୍ଥାପନ ଆଦି ବିଷୟରେ ଆଲୋଚନା କରାଯିବ।ଉତ୍ସବରେ ଅଂଶଗ୍ରହଣ କରୁଥିବା ଅନ୍ୟ କେତେକ ବିଶିଷ୍ଟ ଲେଖକ, ବିଦ୍ୱାନ ଏବଂ କଳାକାର ହେଉଛନ୍ତି ନବତେଜ ସରନା, ପ୍ରତିଭା ରାୟ, ଅରୁଣ କମଲ, ବିଶ୍ବାସ ପାଟିଲ, ଜେରି ପିଣ୍ଟୋ, ବିଶ୍ୱନାଥ ପ୍ରସାଦ ତିୱାରୀ, କପିଲ କପୁର, ଉଦୟ ନାରାୟଣ ସିଂହ, ଅନିସୁର ରହମାନ, ସୁବୋଧ ସରକାର, ଶିନ୍ କାଫ୍ ନିଜାମ୍, ହରିବଂଶ, ଭାରତ ଗୁପ୍ତା, ରାମବଚନ ରାୟ, ଲକ୍ଷ୍ମଣ ଗାୟକୱାଡ୍, ଅନାମିକା, ମାମଙ୍ଗ ଦାଇ, ବାମନ କେନ୍ଦ୍ରେ, ଭାନୁ ଭାରତୀ, ଏମ.କେ. ରୈନା, ଶରଣ କୁମାର ଲିମ୍ବାଲେ, ହୃଷୀକେଶ ସୁଲଭ, ମହାଦେବ ଟପ୍ପୋ, ହୋଶାଙ୍ଗ ମର୍ଚ୍ଚାଣ୍ଟ, କାଞ୍ଜି ପଟେଲ, ଏଚ୍.ଏସ୍. ଶିବପ୍ରକାଶ, ଅଭିରାଜ ରାଜେନ୍ଦ୍ର ମିଶ୍ର, ହର ପ୍ରସାଦ ଦାସ, ଅଶୋକ ଚକ୍ରଧର, ପି. ଶିବକାମି, ଲିଲିଟ ଦୁବେ, ଏବଂ ମାଳିନୀ ଅବସ୍ଥି ପ୍ରମୁଖ। ମହୋତ୍ସବର ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

By admin

Leave a Reply

Your email address will not be published. Required fields are marked *