ସୁନାବେଡା ବିଜେପି ମଣ୍ଡଳର ସେବାପକ୍ଷ ପ୍ରସ୍ତୁତି ବୈଠକ
୯-୯-୨୦୨୫-ସୁନାବେଡା ବିଜେପିର ମଣ୍ଡଳ ସ୍ତରୀୟ ସେବାପକ୍ଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କୋରାପୁଟରୁ ପ୍ରଭାରୀ ହିସାବରେ ମହିପାଲ ସିଂ ଯୋଗଦେଇ ସେବାପକ୍ଷର କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ। ମଣ୍ଡଳ ସଭାପତି ଟୁନା ଖରା ସ୍ବାଗତ ଭାଷଣ ଦେଇଥିଲେ। ବରିଷ୍ଠ ନେତ୍ରୀ ସ୍ନିଗ୍ଧାରାଣୀ ମିଶ୍ର କାର୍ଯ୍ୟକ୍ରମ କିପରି ସୂଚାରୁରୂପେ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ।ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ପଚସ୍ତରୀତମ ଜନ୍ମ ଦିନ ଉପଲକ୍ଷେ ଆସନ୍ତା ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରକ୍ତଦାନ ଶିବିର,ସ୍ବାସ୍ଥ୍ୟ ଶିବିର,ସ୍ବଚ୍ଛତା ଅଭିଯାନ,ଖେଳ,ମାରାଥନ ପ୍ରଭୃତି କାର୍ଯ୍ୟକ୍ରମ କରାଯିବ ଓ ସେଥିରେ ସମସ୍ତେ ସହଯୋଗ କରିବାପାଇଁ ଟୁନାଖରା ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ବୈଠକରେ ଚନ୍ଦ୍ର ଶେଖର ଘୋଷ,ମନୋଜ ସାହାଣୀ,ଲକ୍ଷ୍ମୀ ଖରା,ସୁଧୀର ପଟ୍ଟନାୟକ,ସନ୍ତୋଷ ରେଡୀ, ସାବିତ୍ରୀ ଖରା,ଭଗବାନ ମୁଦୁଲୀ ତ୍ରିନାଥ ପଲେଇ ସତ୍ଯବ୍ରତ ଦାସ ରାଜକୁମାର ଖୋସ୍ଲା ସୁଖଦେବ ଟାକ୍ରୀ ବିଶ୍ବନାଥ ଟାକ୍ରୀ ଉପେନ୍ଦ୍ର ନାୟକ ନରେନ୍ଦ୍ର ସମାରେଡୀ ପ୍ରମୁଖ ଉପସ୍ଥିତ ଥିଲେ।

