ଏସି ଏସଟି ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ l ଆର,ଉଦୟଗିରି(ମନୋଜ ପାଢୀ)-: ଆଜି ହେଉଛି ପବିତ୍ର ଗୁରୁ ଦିବସ ଗାଁ ରୁ ସହର ସବୁଠେ ପାଳନ କରାଯାଉଛି ଡ଼ଃ.ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମଦିବସ l ଏହି ଅବସରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରଵା ଏସି ଏସଟି (As, Ast ) ଉଚ୍ଚ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ପାଳନ ହୋଇଯାଇଛି l ଏହି ଦିବସ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ଉପସ୍ଥିତ ରହିବା ସହ ଡ଼ଃ.ସର୍ବପଲ୍ଲୀ ରାଧାକ୍ରିଷ୍ଣ ଙ୍କୁ ପୁଲ ପୁଷ୍ପ ଦେବା ସହ ସଂମ୍ମାନ ପ୍ରଦଶନ କରିଥିଲେ l ଗୁରୁ ଶିଷ୍ୟର ସମ୍ପର୍କ କାହିଁ କେଉଁ ଅନାଦି କାଳରୁ ରହି ଆସିଛି । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଆଜି ଗୁରୁଙ୍କୁ ଭକ୍ତି ପୂର୍ଣ୍ଣ ସଂମ୍ମାନ ଦେବା ସହ ପୂଜା ଅର୍ଚନା କରିଥିଲେ ଓ ବିଦ୍ୟାଳୟ ରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏସି ଏସଟି ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ l 