ବରଗଡ ଜିଲ୍ଲା ଅତାବିରା ବ୍ଲକ ୨୦୨୫ ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଧର୍ମରାଜ ପ୍ରଧାନ

ବରଗଡ ଜିଲ୍ଲା ଅତାବିରା ବ୍ଲକ ୨୦୨୫ ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଧର୍ମରାଜ ପ୍ରଧାନ
Spread the love

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ୨୦୨୫ ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଧର୍ମରାଜ ପ୍ରଧାନ ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ,ଝିଲିମିଣ୍ଡା ବ୍ଲକ- ଅତାବିରା, ଜିଲ୍ଲା-ବରଗଡ ଓଡ଼ିଶା , 768103 ମୋ- 9777467966/7008913566Email I’d- pdharmaraj66@gmail.com ପିତା- ବିହାରୀ ପ୍ରଧାନ ମାତା- ସାବିତ୍ରୀ ପ୍ରଧାନ ଜନ୍ମ- 08/05/1966 ଶିକ୍ଷାଗତ ଯୋଗ୍ଯତା- MSc(Math), MA(Odia), MEd ଗ୍ରାମ/ ପୋ- ଝିଲିମିଣ୍ଡା ବ୍ଲକ- ଅତାବିରା ଜିଲ୍ଲା-ବରଗଡ 1989 ମସିହାରୁ ନିରବଚ୍ଛିନ୍ନ ଭାବରେ ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରି ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡାରେ ଅଦ୍ଯାବଧି କାର୍ଯ୍ୟରତ। ରାଜ୍ୟପାଳ ପୁରସ୍କାର, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ପ୍ରକୃତି ବନ୍ଧୁ ପୁରସ୍କାର, ବିଜୁପଟ୍ଟନାୟକ ୱାଇଲ୍ଡ ଲାଇଫ୍ ପୁରସ୍କାର, ଇଷ୍ଟେନ୍ ଜୋନ୍ ଶ୍ରେଷ୍ଠ ଗାଇଡ୍ ଶିକ୍ଷକ ପୁରସ୍କାର, ଜିଲ୍ଲା ଶ୍ରେଷ୍ଠ ଜୁନିଅର ରେଡକ୍ରସ କାଉନସିଲର୍ ପୁରସ୍କାର, ଗ୍ଲୋବାଲ୍ ଟିଚର୍ ରୋଲ୍ ମଡେଲ୍ ପୁରସ୍କାର, ଆନ୍ତର୍ଜାତିକ ପ୍ରେରଣା ପରିବେଶ ରକ୍ଷକ ପୁରସ୍କାର ଭଳି ଅନେକ ପୁରସ୍କାରରେ ସମ୍ମାନିତ।ସର୍ବୋପରି ନିଜର ଅଭିନବ ଶିକ୍ଷାଦାନ, ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ ସୃଜନଶୀଳ କବି ପ୍ରତିଭା ପାଇଁ ସେ ଶତାଧିକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ। ଜଣେ ପ୍ରାବନ୍ଧିକ, ଆଲୋଚକ, କବି ଓ ପ୍ରକୃତି ପ୍ରେମୀ ଭାବରେ ବିଜ୍ଞାନ, ସାହିତ୍ଯ ଓ ପରିବେଶ କ୍ଷେତ୍ରରେ ରହି ପାରିଛି ଅନେକ ଦକ୍ଷତା। ଝିଲିମିଣ୍ଡାର ଜଗନ୍ନାଥ ସାଗର ଜଳାଶୟରେ ବିଦେଶାଗତ ପକ୍ଷୀମାନଙ୍କର ସୁରକ୍ଷା ନିମନ୍ତେ ନେଉଥିବା ବିଭିନ୍ନ ପଦକ୍ଷେପ ପାଇଁ ନିଜ ଅଞ୍ଚଳରେ ତାଙ୍କର ରହିପାରିଛି ଏକ ସ୍ବତନ୍ତ୍ର ସ୍ବୀକୃତି।ବିଜ୍ଞାନ ଦିଗନ୍ତ, ସାଇନ୍ସ ହରାଇଜନ୍,ବିଜ୍ଞାନ ମଧୁପ,ଯୁଗୋପଯୋଗୀ ସୁବର୍ଣ୍ଣ ଦୀପ, ଦୈନିକ ସମ୍ବାଦ, ସମାଜ ଭଳି ପତ୍ର ପତ୍ରିକାରେ ଶତାଧିକ ଲେଖା ପ୍ରକାଶିତ।ଅଦ୍ଯାବଧି ଛଅ ଗୋଟି ପୁସ୍ତକ ଲୋକାର୍ପିତ।ଗଣିତ,ଜୁନିଅର ରେଡକ୍ରସ ଓ ସ୍କାଉଟର ଜଣେ ଜିଲ୍ଲା ସାଧନକର୍ମୀ। ଓଡ଼ିଶା ସରକାରଙ୍କ ଦୀକ୍ଷା ଆପ୍ ଇ-କଣ୍ଟେଣ୍ଟ୍ ର ଜଣେ ସ୍ଵୀକୃତିପ୍ରାପ୍ତ ଶିକ୍ଷକ, ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ଜଣେ ବରିଷ୍ଠ କର୍ମୀ। ରେଡକ୍ରସ,ଓଡ଼ିଶା ବିଜ୍ଞାନ ଏକଡେମୀ, ବିଜ୍ଞାନ ମଧୁପ ଓ ସୁବର୍ଣ୍ଣ ଦୀପ ପତ୍ରିକାର ଆଜୀବନ ସଦସ୍ଯ।