ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ-ପ୍ରସୂତୀ ବିଶେଷଜ୍ଞ ଡାକ୍ତରଙ୍କୁ ପୁନଃନିଯୁକ୍ତି ପାଇଁ ଅଞ୍ଚଳବାସୀଙ୍କ ଦାବି

କୋରାପୁଟ ଟିଚିଂ ହସ୍ପିଟାଲ ୬୫୦ ଶଯ୍ୟା ହସ୍ପିଟାଲ TPୱODL ବିଜୁଳି ସୁବିଧା ୩୩ କେଭି ଲାଇନ୍‌ କୋରାପୁଟ ୫୦୦ କେଭି ଟ୍ରାନ୍ସଫର୍ମର୍ 24 ଘଣ୍ଟିଆ ବିଜୁଳି ସୁବିଧା Odisha Health News Koraput Teaching Hospital Power Supply
Spread the love

ଘୁ.ଉଦୟଗିରି ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ବିଶେଷଜ୍ଞ ଡାକ୍ତରଙ୍କୁ ଫେରାଇ ଆଣିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଘୁ.ଉଦୟଗିରି ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ବର୍ଷ ହେବ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଅଞ୍ଚଳବାସୀ ସରକାରଙ୍କ ନିକଟରେ ଅନେକ ଥର ଦାବି କରିଆସୁଥିଲେ । ଯାହାଫଳରେ ସରକାର ଅଞ୍ଚଳବାସୀ ଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୨୦୨୩ ମସିହା ନଭେମ୍ବର ମାସରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ବିଶେଷଜ୍ଞ ଡାକ୍ତର ଡ.ପଙ୍କଜ କୁମାର ବିହାରୀ ଙ୍କୁ ନିଯୁକ୍ତି ପ୍ରଦାନ ଦେଇଥିଲେ। କିନ୍ତୁ ସେହିଦିନ ହିଁ ଉକ୍ତ ଡାକ୍ତର ଜି.ଉଦୟଗିରି ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଜଏନ କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ଡେପୁଟେସନ ରେ ଚାଲିଯାଇଥିବା ଏବଂ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୩ ମାସ ହେବ ଫୁଲବାଣୀ ରେ କାର୍ଯ୍ୟ କରୁଛନ୍ତି କିନ୍ତୁ ଜି.ଉଦୟଗିରି ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ କାର୍ଯ୍ୟାଳୟରୁ ଦରମା ପାଉଛନ୍ତି।
ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଏନଏସି ଏବଂ ବ୍ଲକ ଅଞ୍ଚଳର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଅଧିବାସୀ ନିର୍ଭର କରୁଛନ୍ତି । ବର୍ତ୍ତମାନ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କୌଣସି ବିଭାଗରେ ମଧ୍ୟ ବିଶେଷଜ୍ଞ ଡାକ୍ତର ନଥିବା ଯୋଗୁଁ ଅଞ୍ଚଳବାସୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଦୀର୍ଘ ୨୩ ମାସ ହେବ ସ୍ଥାନୀୟ ଅଞ୍ଚଳ ପାଇଁ ସବୁଠାରୁ ଆବଶ୍ୟକ ବିଭାଗ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତରଙ୍କୁ କିପରି ଏବଂ କାହା ସ୍ବାର୍ଥ ରେ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ?

ଏଣୁ ଅଞ୍ଚଳବାସୀ ଙ୍କ ସ୍ବାସ୍ଥ୍ୟ ସେବା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ୭ ଦିନ ମଧ୍ୟରେ ଫୁଲବାଣୀ ଚିକିତ୍ସାଳୟ ରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଙ୍କୁ ପୁନଃ ଜି.ଉଦୟଗିରି ଡାକ୍ତରଖାନା କୁ ଫେରାଇ ଆଣିବା ସହ ଅନ୍ୟ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରାଯାଉ ନଚେତ ନିକଟ ଭବିଷ୍ୟତରେ ଜି.ଉଦୟଗିରି ଅଞ୍ଚଳର ସମସ୍ତ ଜନସାଧାରଣ ରାଜରାସ୍ତାରେ ପ୍ରତିବାଦ କରିବେ ବୋଲି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ, ସଶ୍ମିତା ମଲିକ(ମହିଳା ଜୀବିକା ସୁରକ୍ଷା ମଞ୍ଚ ସଂଯୋଜିକା), ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଲା ପ୍ରଧାନ, ଲିଙ୍ଗାଗଡ଼ ସରପଞ୍ଚ ଅବଲାକର ପ୍ରଧାନ, ତଲାରିମାହା ସରପଞ୍ଚ ବଳଭଦ୍ର କହ୍ନର, ରାଇକଲା ସରପଞ୍ଚ ସଂଗୀତା ପ୍ରଧାନ, ରଟିଙ୍ଗିଆ ସରପଞ୍ଚ ବିଷ୍ଣୁ ଦେବ ପ୍ରଧାନ, ୱାର୍ଡ ମେମ୍ବର ଝନୁଲତା ଦଳବେହେରା, ମନି ପ୍ରଧାନ (ମହିଳା ଜୀବିକା ସୁରକ୍ଷା ମଞ୍ଚ ସଭାପତି ), କାବେରୀ ପ୍ରଧାନ, ଅନିଲ ଡମ୍ବ, ସାମ୍ବାଦିକ ସାମନ୍ତ ଶେଖର ନାୟକ ଓ ଗଗନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l