କାଶୀପୁର ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ
ରାୟଗଡା ଜିଲ୍ଲା କାଶୀପୁର ଡ୍ରାଇଭର ମହାସଂଘ ତରଫରୁ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ରୂପେ ପାଳନ କରାଯାଇଛି । ସୋମବାର କାଶୀପୁର କାର୍ଯ୍ୟାଳୟରେ ଡ୍ରାଇଭର ମହାସଂଘ ତରଫରୁ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ କେକ୍ କାଟି ଆନନ୍ଦ ଉଲ୍ଲାସରେ ଡ୍ରାଇଭର ଦିବସ ପାଳନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ରୁ ଶତାଧିକ ଡ୍ରାଇଭରଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା।ଏହା ପରେ ପାରମ୍ପାରିକ ବାଦ୍ୟର ତାଳେ ତାଳେ ଡ୍ରାଇଭରମାନେ ନାଚି ଝୁମିଥିଲେ।କାଶୀପୁର ଡ୍ରାଇଭର ମହାସଂଘର ସଭାପତି ଯୋଗିଯିବନ ନାୟକଙ୍କ ସଭାପତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଡ୍ରାଇଭର ମାନେ ଯୋଗଦେଇଥିଲେ।

