ମୁନିଗୁଡା, ଚାନ୍ଦିଲି ଓ ପଦ୍ମପୁର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ନହେବା ରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷମୁନିଗୁଡା, ଚାନ୍ଦିଲି ଓ ପଦ୍ମପୁର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ନହେବା ରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ

ମୁନିଗୁଡା, ଚାନ୍ଦିଲି ଓ ପଦ୍ମପୁର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ନହେବା ରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ

ରାୟଗଡା (ଅମୁଲ୍ୟ ନିଷଙ୍କ ) ୩୧…୦୮. ୨୦୨୫ ଆଜି ପୁନର୍ବାର ରାଜ୍ୟ ସରକାର ବିଧିବଦ୍ଧ ଭାବରେ ଆଉ ୧୬ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ, ୭ ଗୋଟି ପୌର ପରିଷଦ ଘୋଷଣା ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି । କିନ୍ତୁ ଏଥିରୁ ରାୟଗଡା ଜ଼ିଲ୍ଲା ର ମୁନିଗୁଡା, ଚାନ୍ଦିଲି ଓ ପଦ୍ମପୁର ବାଦ୍ ପଡିବା ଅଞ୍ଚଳବାସିଙ୍କ ପ୍ରତି ଶକ୍ତ ଧୋକା । ଗତ ୫ଦିନ ତଳେ ରାୟଗଡା ଜ଼ିଲ୍ଲା ର ବିଜେପି ର ବିଭିନ୍ନ ପଦ ପଦବୀ ରେ ଥିବା ନେତା ମାନେ ଏହି ଅଞ୍ଚବାସୀ ଙ୍କୁ ପ୍ରତିଶୃତି ଦେଇ କହୁଥିଲେ ଯେ ଆମେ ରାଜ୍ୟ ର ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ କଥାହେଇଛୁ ମାନ୍ୟବର ମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ନିଶ୍ଚିତ ଭାବେ ମୁନିଗୁଡା, ଚାନ୍ଦିଲି ଓ ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ହେବ ବୋଲି l କିନ୍ତୁ ଆଜି ଗଣମାଧ୍ୟମରେ ୧୬ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୭ ଗୋଟି ପୌର ପରିଷଦ ର ନା ପ୍ରକାଶ ପାଇଥିଲା କିନ୍ତୁ ରାୟଗଡା ଜ଼ିଲ୍ଲା ର ଏହି ଏହି ତିନୋଟି ସହର ର ନା ନଥିଲା ଏହା ପରେ ରାୟଗଡା ଜ଼ିଲ୍ଲା ଉକ୍ତ ତିନି ଖଣ୍ଡ ଅଞ୍ଚଳର ଜନସାଧାରଣ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି lପୂର୍ବତନ ବିଜେଡି ସରକାର ଙ୍କ ଅମଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନ କୁ ଆଖିଆଗରେ ରଖି ମୁନିଗୁଡା ଓ ଚାନ୍ଦିଲି କୁ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା କରିଥିଲେ l କିନ୍ତୁ ଏହା ଏକ ନିର୍ବାଚନ ଚାଲ ଥିଲା l ବର୍ତ୍ତମାନ ର ଡବଲ ଇଂଜିନ ସରକାର ରାୟଗଡା ଜ଼ିଲ୍ଲା ମୁନିଗୁଡା, ଚାନ୍ଦିଲି ଓ ପଦ୍ମପୁର କୁ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ନ କରି ଡବଲ ଧକ୍କା ଦେଇଛନ୍ତି ବୋଲି ସ୍ଥାନୀୟ ବାସୀ ଆଲୋଚନା କରୁଛନ୍ତି l ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦ ଘୋଷଣା ହେଲା ଓ ସେଥିରେ ରାୟଗଡା ଜ଼ିଲ୍ଲା ର ମୁନିଗୁଡା, ଚାନ୍ଦିଲି ଓ ପଦ୍ମପୁର ନାମ ରହିନଥିବା ନେଇ ଜ଼ିଲ୍ଲା ଏକ ବିଧାୟକ ନିଜ ମନ୍ତବ୍ୟ ରେ କହିଛନ୍ତି ଯେ ଡବଲ ଇଂଜିନ ସରକାର ରାୟଗଡା ଜ଼ିଲ୍ଲା ରେ ବିଜେପି ର ବିଧାୟକ ବିଜୟ ହୋଇନଥିବାରୁ ଉକ୍ତ ଅଂଚଳ କୁ ଧୋକା ଦେଇଛନ୍ତି l ଆଗାମୀ ପଂଚାୟତ ନିର୍ବାଚନ ରେ ଅଂଚଳ ବାସୀ ଉଚିତ ଜବାବ ଦେବେ ବୋଲି ଜ଼ିଲ୍ଲା ର ବିଧାୟକ ମତ ରଖିଛନ୍ତି ।

ସେ ପୁଣି କହିଛନ୍ତି ଯେ ପୂର୍ବରୁ ମଧ୍ୟ ବିଜୁ ଜନତା ଦଳ ସରକାର ନିର୍ବାଚନ ଚାଲ କରି ମୁନିଗୁଡା ଓ ଚାନ୍ଦିଲି କୁ ବିଜ୍ଞପିତ ଅଞ୍ଚଳ ପରିଷଦ ଘୋଷଣା କରିଥିଲା କିନ୍ତୁ ଏବେ ବିଜେଡି ର ରାୟଗଡା ଜ଼ିଲ୍ଲା ର ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି l ମୁନିଗୁଡା ଚାନ୍ଦିଲି ଓ ପଦ୍ମପୁର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ସ୍ପଟ ବାରି ହୋଇ ପଡ଼ୁଛି ଏହା ଏହି ଅଂଚଳ ବାସିଙ୍କ ପ୍ରତି କେବଳ ଅବିଚାର ନୁହେଁ ବରଂ ଏକ ଧୋକା ଆଗାମୀ ଦିନରେବିଜେପି ଓ ବିଜୁ ଜନତା ଦଳ କୁ ଉଚିତ ଜବାବ ଦେବେ ବୋଲି ଅଂଚଳ ର ଜନସଧାରଣ ନିଷ୍ପତି ନେଇ ଉଚିତ ଜବାବ ଦେବେ ବୋଲି ରାୟଗଡା ଜ଼ିଲ୍ଲା କଂଗ୍ରେସ ର ଏକ ବରିଷ୍ଠ ନେତା କହିଛନ୍ତି l

By admin

Leave a Reply

Your email address will not be published. Required fields are marked *