ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାଇକଲ ରାଲି ଅନୁଷ୍ଠିତ । ଗଜପତି(ମନୋଜ ପାଢୀ) ଆଜି ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ଜାତୀୟ କ୍ରୀଡ଼ା ଦିବସରେ ତିନିଦିନିଆ କାର୍ଯ୍ୟକ୍ରମ ୨୯ ରିଖ ଠାରୁ ୩୧ ରିଖପଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବଶକ୍ତିର ଉତ୍ସାହ, ଶୃଙ୍ଖଳା,ଏକତା ଓ ସ୍ୱାସ୍ଥ୍ୟ ସଚେତନତାର ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରତିଯୋଗିତା ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ସାଇକଲ ରାଲି ପର୍ଯ୍ୟନ୍ତ ସବୁଠି ଛାତ୍ରଛାତ୍ରୀଙ୍କ ସହଭାଗୀତା ଗଜପତି ଜିଲ୍ଲାକୁ ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ସଚେତନତାର ସହ ନୂତନ ପରିଚୟ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଅବସରରେ ଆଜି ସକାଳ ୭ ଘଟିକା ସମୟରେ ସାଇକେଲ ରାଲି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରାଯାଇଥିଲା। ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ହକି ଯାଦୁଗର ମେଜର ଧ୍ୟାନଚନ୍ଦଙ୍କ ସ୍ମରଣ କରି ଜିଲ୍ଲାର ୧୭୨ଟି ସ୍କୁଲରେ ମାଳ୍ୟାର୍ପଣ, ଫିଟ୍ ଇଣ୍ଡିଆ ଶପଥ ପାଠ ଓ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ବ୍ୟାଡମିଣ୍ଟନ୍, ଫୁଟବଲ୍, ଭଲିବଲ୍, ହକି, ଖୋ-ଖୋ, କବାଡ଼ି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୩୦ ତାରିଖରେ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ସୃଜନଶୀଳତା ସହ କ୍ରୀଡ଼ା ,ଚିତ୍ରାଙ୍କନ, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଧ୍ୟାନଚନ୍ଦଙ୍କ ଉତ୍ତାରାଧିକାର, କ୍ରୀଡ଼ାର ମହତ୍ତ୍ୱ, ଓ ଦେଶ ଭକ୍ତିର ସନ୍ଦେଶ ଉଜାଗର ଉପରେ ଆଲୋଚନା ଅନୁଷ୍ଠିତ ହୋଇଯାଇଅଛି। ଆଜିର କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଲାବଣ୍ୟନ୍ଧୁ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ,ଦେବବ୍ରତ ଆଚାର୍ଯ୍ୟ , ପ୍ରିୟା ଶର୍ମା , ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ,ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ ।
Related Posts
ଗୁରୁତର ଆହତ ଯୁବକ କୁ ଉଦ୍ଧାର କରିଲେ ହିଞ୍ଜିଳି ପୋଲିସ।
ଗୁରୁତର ଆହତ ଯୁବକ କୁ ଉଦ୍ଧାର କରିଲେ ହିଞ୍ଜିଳି ପୋଲିସ। ହିଞ୍ଜିଳି ବସଷ୍ଟାଣ୍ଡ ପରିସରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜଣେ ଯୁବକ କୁ ହିଞ୍ଜିଳି ପୋଲିସ…
ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ ଘାଟ୍ – ୨୦୨୫: ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ |
ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ ଘାଟ୍ – ୨୦୨୫: ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ | ଗଜପତି (ମନୋଜ ପାଢୀ) ପାରଳା ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମଲେଇ…
ପାରଳା ବିଧାୟକ ଶଂକୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକ୍ରମର ସମୀକ୍ଷା କଲେ।
ପାରଳା ବିଧାୟକ ଶଂକୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକ୍ରମର ସମୀକ୍ଷା କଲେ। ଆର,ଉଦୟଗିରି (ମନୋଜ ପାଢୀ )- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମୁଖ୍ୟସ୍ଥଳ ନୂଆ ବସ୍ ଷ୍ଟାଣ୍ଡ ନିକଟ…
