ୱାର୍ଡ ସଂସ୍ଥାର ମାନସିକସ୍ବାସ୍ଥ୍ୟ କର୍ମୀମାନଙ୍କୁ ତାଲିମ ପ୍ରଦାନ

ୱାର୍ଡ ସଂସ୍ଥାର ମାନସିକସ୍ବାସ୍ଥ୍ୟ କର୍ମୀମାନଙ୍କୁ ତାଲିମ ପ୍ରଦାନ
Spread the love

ୱାର୍ଡ ସଂସ୍ଥାର ମାନସିକସ୍ବାସ୍ଥ୍ୟ କର୍ମୀମାନଙ୍କୁ ତାଲିମ ପ୍ରଦାନ ସେମିଳିଗୁଡା.ତାରିଖ ୨୭.୮.୨୦୨୫.ସେମିଳିଗୁଡାର ବରିଷ୍ଠ ରାଜ୍ଯ ସ୍ତରୀୟ ତାଲିମଦାତ୍ରୀ ସ୍ନିଗ୍ଧାରାଣୀ ମିଶ୍ର ୱାର୍ଡ ସଂସ୍ଥା ତରଫରୁ ଆୟୋଜିତ ଗୋଷ୍ଠୀ ଭିତ୍ତିକ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ନାରାୟଣ ପାଟଣାଠାରେ ଯୋଗଦେଇ ଗୋଷ୍ଠୀ ପ୍ରବର୍ତ୍ତକ,କାଉନସେଲର,ଯତ୍ନକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସହଭାଗୀତା ସହ ଏହି କାର୍ଯ୍ୟକ୍ରମ ହୋଇ ଥିଲା ଓ ନାରାୟଣ ପାଟଣାର ମିଶନଶକ୍ତି ହଲରେ ତାଲିମ ପ୍ରଦାନ କରାଯାଇ ଥିଲା।ସମୁଦାୟ ୫୦ ଜଣ ତାଲିମ ନେଇ ଥିଲେ।ୱାର୍ଡର ମୂଖ୍ଯ ମ୍ୟାନେଜର ପ୍ରୀତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ଳକ ସଂଯୋଜିକା ଗୌରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ବନ୍ଧୁଗାଁ ଓ ନାରାୟଣପାଟଣାର କାଉନସେଲର,କମ୍ୟୁନିଟି ମୋବିଲାଇଜର,ଯତ୍ନକାରୀମାନେ ଯୋଗଦେଇ ଥିଲେ।ଏହାପରେ ଶ୍ରୀମତୀ ମିଶ୍ର ୱାର୍ଡ ପରିଚାଳିତ ଖୁଡିପଦର ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନାକରି ବିଦ୍ୟାଳୟର ଶୈଖିକ ବାତାବରଣ ଦେଖି ପ୍ରଶଂସା କରିଥିଲେ।ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମଧ୍ଯ କଥାହୋଇଥିଲେ।