ମୋହନା ଶିଶୁ ବିକାଶ ପକ୍ଷରୁ ପୋଷଣ ମାହ ବୈଠକ ଅନୁଷ୍ଠିତ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)-:ଗଜପତି ଜିଲ୍ଲା ମୋହନା ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପୋଷଣ ମାହ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ବିକାଶ ବିଭାଗ ଯେଉଁ କାର୍ଯ୍ୟକ୍ରମ କରୁଛି ତାହା ଆଗାମୀ ଭବିଷ୍ୟତ ସହ ଶିଶୁ ଏବଂ ମହିଳା ମାନଙ୍କ ଶାରୀରିକ ଅଭିବୃଦ୍ଧି ସହ ଶିଶୁ ଓ ମାଁ ମାନଙ୍କ ମୃତ୍ୟୁ ହାର କମିବା ସହ ଅପପୃଷ୍ଟି ରୋକିବାରେ ସହାୟକ ହେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ପ୍ରକାଶ କରିବା ସହ ଅଙ୍ଗନୱାଡ଼ି କର୍ମୀ ଏବଂ ଅଧିକାରୀ ମାନେ ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବା ନିମନ୍ତେ ଉପଦେଶ ଦେଇଥିଲେ। ଏହି ବୈଠକରେ ବିଡିଓ ରାଜୀବ ଦାସ, ଜିଲ୍ଲା ଶିଶୁ ବିକାଶ ବିଭାଗ ଅଧିକାରୀ, ସିଡ଼ିପିଓ ସବିତା ପଟ୍ଟନାୟକ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ସ୍ଵେଚ୍ଛାସେବୀ ସଂସ୍ଥା, ବ୍ଲକ ଉପାଧ୍ୟକ୍ଷା ବାଲ୍ମିନା ଅଧିକାରୀ ଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ରହି ପୋଷଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Related Posts
କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବର୍ଷାଜନିତ କ୍ଷୟକ୍ଷତି ଏବଂ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବର୍ଷାଜନିତ କ୍ଷୟକ୍ଷତି ଏବଂ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ଆଜି…
ବିଶାଖାପାଟଣା ଡିଆରଏମ: ଙ୍କ ଅମୃତ ଭାରତ ଯୋଜନାରେ ନିର୍ମାଣାଧୀନ ପାରଳା ରେଳ ଷ୍ଟେସନ ପରିଦର୍ଶନ : ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ :- ଡିଆରଏମ: ।
-ବିଶାଖାପାଟଣା ଡିଆରଏମ: ଙ୍କ ଅମୃତ ଭାରତ ଯୋଜନାରେ ନିର୍ମାଣାଧୀନ ପାରଳା ରେଳ ଷ୍ଟେସନ ପରିଦର୍ଶନ : ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ…
ପୋଖରୀକୁ ଗାଧୋଇବାକୁ ଯାଇ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର।
ବରଗଡ ୨୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ରୁଷୁଡା ଫାଣ୍ଡି ଅଧିନସ୍ଥ ଭାଲୁପାଲି ଗ୍ରାମର ଭୀମ ମୁଦୁଲି ବୟସ ୬୦ , ପିତା…