ରକ୍ତଦାତ୍ରୀଙ୍କୁ ସମ୍ମାନିତ କଲା ମଧ୍ଯ ପ୍ରଦେଶର ଅନୁଷ୍ଠାନ।

ରକ୍ତଦାତ୍ରୀଙ୍କୁ ସମ୍ମାନିତ କଲା ମଧ୍ଯ ପ୍ରଦେଶର ଅନୁଷ୍ଠାନ। ସେମିଳିଗୁଡା.ତାରିଖ ୨୦.୮.୨୦୨୫.ସର୍ବଦା ରକ୍ତଦାନ କ୍ଷେତ୍ରରେ ଚର୍ଚ୍ଚାରେ ରହି ଆସୁଥିବା ସେମିଳିଗୁଡାର ବରିଷ୍ଠ ରକ୍ତଦାତ୍ରୀ,ପ୍ରବର୍ତ୍ତିକା,ସମାଜ ସେବୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ସ୍ବାଧୀନତା ଦିବସ ଅବସରରେ ମଧ୍ଯ ପ୍ରଦେଶର ସ୍ବେଛାସେବୀ ଅନୁଷ୍ଠାନ ଡିଗ୍ନିଟି ଜଷ୍ଟିସ ଫର ହ୍ୟୁମାନ ରାଇଟ୍ସ ଫାଉଣ୍ଡେସନ ଓ ଜୟ ମହାରାଣା ରକ୍ତଦାନ ସମୁହ ଭାରତ ମଧ୍ଯ ପ୍ରଦେଶ ତରଫରୁ ଶ୍ରୀମତୀ ମିଶ୍ରଙ୍କୁ ରକ୍ତବୀର ସମ୍ମାନରେ ସମ୍ମାନିତ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ଯ ଯେ କୋରାପୁଟ ଜିଲ୍ଲାରେ ମଧ୍ଯ ତାଙ୍କୁ ସମ୍ମାନିତ କରାଯାଇ ଥିଲା। ଜାତୀୟସ୍ତରରେ ସ୍ନିଗ୍ଧାରାଣୀମିଶ୍ର ବହୁଥର ପୁରସ୍କୃତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *