ଡକାୟତି ଯୋଜନା ବେଳେ ପୋଲିସର ଚଢ଼ାଉ, ଇଣ୍ଡିଗୋ କାର୍ ଓ ମାରଣାସ୍ତ୍ର ସହ ୫ ଗିରଫ
ଗାଙ୍ଗପୁର: ଡକାୟତି ଯୋଜନା କରୁଥିବା ସମୟରେ ପାଞ୍ଚ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ସୋମବାର ରାତିରେ ମାଆ ବୁଢାକେନ୍ଦୁ ମନ୍ଦିର ପରିସରରେ ଗାଙ୍ଗପୁର ଥାନା ପୋଲିସ୍ର ଅତର୍କିତ ଚଢ଼ାଉରେ ଏହି କାର୍ଯ୍ୟ ସଫଳ ହୋଇଛି।ସୂଚନା ପାଇ ପୋଲିସ୍ ଟିମ୍ ଏଏସ୍ଆଇ ୱାଇ.ବି. ନାଇଡ଼ୁଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଥିରେ ଏକ ଧଳା ଇଣ୍ଡିଗୋ କାର୍ ସହ ପାଞ୍ଚ ଜଣଙ୍କୁ ସନ୍ଦେହଜନକ ଅବସ୍ଥାରେ ବସିଥିବା ପୋଲିସ୍ ଚିହ୍ନଟ କରିଥିଲା। ପୋଲିସ୍କୁ ଦେଖି ସେମାନେ ପଳାଇବାକୁ ଚେଷ୍ଟା କରିଥିବାବେଳେ ଟିମ୍ ସେମାନଙ୍କୁ କାବୁ କରିଥିଲା।କାର୍ ଯାଞ୍ଚ କରିବା ସମୟରେ ଏକ ବଡ଼ ଲୁହା କାତି, ଗୋଟିଏ ଫାର୍ସା, ବିଦେଶୀ ମଦ ବୋତଲ ଓ ଲଙ୍କା ଗୁଣ୍ଡ ସହିତ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା।ଗିରଫ ହୋଇଥିବା ୫ ଯୁବକ—ସଞ୍ଜୟ ବେହେରା (ଭଞ୍ଜନଗର),ଆକାଶ ବେହେରା (ଭଞ୍ଜନଗର),ଅନୀଲ ବେହେରା (ଗାଙ୍ଗପୁର),ପପୁନ୍ ପଣ୍ଡା (ଭୁବନେଶ୍ୱର, ଖାରବେଳ ନଗର),ଜଣେ ଯୁବକ (ଖୋର୍ଦ୍ଧା, ନାଚୁଣୀ) ।ପୋଲିସ୍ ତଦନ୍ତରେ ସେମାନେ ନିକଟସ୍ଥ ପେଟ୍ରୋଲ ପମ୍ପରେ ଡକାୟତି କରିବାକୁ ଯୋଜନା କରୁଥିବା କଥା ସ୍ୱୀକାର କରିଛନ୍ତି।ଉକ୍ତ ଘଟଣାରେ ଗାଙ୍ଗପୁର ପୋଲିସ୍ ମାମଲା ନଂ. ୫୫୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି, ସମସ୍ତଙ୍କୁ କୋର୍ଟକୁ ଚାଲାଣ କରିଛନ୍ତି।

