ଗାର୍ଡିଙ୍ଗିଆ ଠାରେ ଉଦଯାପନୀ ହେଲା ୭ମ ତମ ସ୍ୱାଧୀନତା ଟ୍ରଫି……………………………
କନ୍ଧମାଳ:-( ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ, ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତରେ ସ୍ବର୍ଗତ ଶ୍ରୀ ଜଗନ୍ନାଥ ମେମୋରିଆଲ ଟ୍ରଫି ର ଆୟୋଜକ ଶ୍ରୀ ଅତୁଳ କୁମାର ଦିଗାଲ, ଦୀପକ ମଲିକ, କିଶୋର କଂହର, ଜୀବନ ପ୍ରଧାନ, ପିଙ୍କୁ ପ୍ରଧାନ, ସଚିନ କଂହର, ସୁନତ ପ୍ରଧାନ, ସୁଜିତ ପ୍ରଧାନ, ଧିରେନ ପ୍ରଧାନ ସନୁଜ ପ୍ରଧାନ, ଫିରଜ ପ୍ରଧାନ ଙ୍କ ସମେତ ଅଞ୍ଚଳ ର ବିଶିଷ୍ଟ କ୍ରୀଡା ବିତ ଙ୍କ ଆନୁକୂଲ୍ୟ ରେ ଆୟୋଜିତ ଏକ ଭଲି ବଲ ଟୁର୍ନାମେଣ୍ଟ ଆଜି ତାର ଅନ୍ତିମ ଦିବସ ର ପଦାର୍ପଣ କରିଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଆୟୋଜକ ଟିମ ୮ ଟି ଦଳ କୁ ନେଇ ଟୁର୍ନାମେଣ୍ଟ ମ୍ୟାଚ ଆରମ୍ଭ ଗତ ୧୧ ତାରିଖ ଠୁ ଆରମ୍ଭ କରା ଯାଇଥିଲା ଆଜି ତାର ଫାଇନାଲ ମ୍ୟାଚ ରେ ପାବୁରିଆ ବନାମ ବାହାଡା ସାହି ମଧ୍ୟରେ ଖେଳ ଖେଳା ଯାଇଥିଲା l ଉଭୟ ଦଳ କୁ ଅତି ସୁନ୍ଦର ଭାବ ରେ ରେଫରୀ ଶିବ ପାଣି ଗ୍ରାହୀ ପରିଚାଳନା କରିଥିବା ବେଳେ, କମେଟ୍ରି କରିଥିଲେ ରାଜୁ ପ୍ରଧାନ ଅତି ସୁନ୍ଦର ଭାବେ କମେଟ୍ରି କରିଥିଲେ lଏବଂ ପାବୁରିଆ ଦଳ ବାହାଡା ସାହି ଦଳ କୁ, ତିନି ଏକରେ ପରାସ୍ତ କରି ମ୍ୟାଚ ର ବିଜୟୀ ମୁକୁଟ ପିନ୍ଧି ଏକ ଟ୍ରଫି ସହିତ ପାଞ୍ଚ ହଜାର ଭାରତୀୟ ମୁଦ୍ରା ହାସଲ କରି ନେଇଛି l ଅପର ପକ୍ଷ ଦଳ ଏକ ଶାନ୍ତନ ମୂଳକ କପ ସହିତ ଚାରି ହଜାର ଭାରତୀୟ ମୁଦ୍ରା ପାଇଛି l ଏହି ପ୍ରତିଯୋଗିତା ରେ ରାଜ୍ୟ ବିଜେପି ଅନୁସୂଚିତ ଜାତି ଉପସଭାପତି ରାମ ବିଶି ଦିଗାଲ ମୁଖ୍ୟ ଅତିଥି ଏବଂ ବରିଷ୍ଠ କଂଗ୍ରେସ ନେତା ଗୋକୁଳ ପ୍ରଧାନ ସଂମ୍ମାନିତ ଅତିଥି, ବିଜେପି ନେତା ରାଜକିଶୋର ପ୍ରଧାନ, ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ମଲିକ, କଟିମାହା ସରପଞ୍ଚ କର୍ଣ୍ଣେଲ କଂହର, ବୁର୍ବି ନାଯୁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ କାଳିଦାସ ପ୍ରଧାନ,,ଗାର୍ଡଙ୍ଗିଆ ସମିତି ସଭ୍ୟ ଆଲଫନ ପ୍ରଧାନ, ପି. ଇ. ଟି. ଶିକ୍ଷକ ଦେବେନ୍ଦ୍ର ଦିଗାଲ ପ୍ରମୁଖ ଉପସ୍ଥିତ ରହି, ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l, ଯୋଗ ଦେଇଥିବା ୮ ଟି ଦଳ ମଧ୍ୟରୁ ରୁଦାଙ୍ଗିଆ ଦଳ କୁ ଶାନ୍ତି ଶୃଙ୍ଖଳା ଦଳ ଭାବ ରେ ବିବେଚିତ କରାଯଇଛି, ଉତ୍ତମ ଖେଳାଳୀ ଭାବ ରେ ଜିଲ ନାୟକ, ବେଷ୍ଟ ହିଟର ଆବିଦ, ବେଷ୍ଟ ନେଟର ବିକାଶ ଭଳି ଦକ୍ଷ ଖେଳାଳୀ ମାନଙ୍କୁ ନେଇ ଅତି ସୁନ୍ଦର ଖେଳ ପ୍ରଦର୍ଶନ କରି ଦର୍ଶକ ଙ୍କ ମନ କୁ ଆକୃଷ୍ଟ କରି ଭାରି ଭିଡ଼ ଜମାଇ ଥିଲେ l ଏଭଳି ଏକ ଖେଳ କୁ ପ୍ରତି ବର୍ଷ ଆୟଜନ କରିଥିବାରୁ ଆୟୋଜକ କମିଟି ମେମ୍ବର ମାନଙ୍କୁ ଅଞ୍ଚଳ ବାସୀ ବେସ ପ୍ରଶଂସା କରିଥିବା ଜଣା ପଡିଛି l

