ଅଡବା ଥାନା ଅର୍ନ୍ତଗତ ଆଲିଗଣ୍ଡା ଗ୍ରାମରେ ଘଟି ଥିବା ଏକ ଗଣ୍ଡଗୋଳ ମାମଲାରେ ୨୦୦୬ ମସିହାରୁ ଫେରାର ଥିବା ତିନି ଭାଇ ଗିରଫ ।

ଅଡବା ଥାନା ଅର୍ନ୍ତଗତ ଆଲିଗଣ୍ଡା ଗ୍ରାମରେ ଘଟି ଥିବା ଏକ ଗଣ୍ଡଗୋଳ ମାମଲାରେ ୨୦୦୬ ମସିହାରୁ ଫେରାର ଥିବା ତିନି ଭାଇ ଗିରଫ ।ଆର,ଉଦୟଗିରି ୧୪/୮: ଗଜପତି ଜିଲ୍ଲାରେ ବିଗତ ୨୦୦୬ ମସିହା ଠାରୁ ଏକ ଗଣ୍ଡଗୋଳ ମାମଲାରେ ଜଡିତ ଥାଇ ଫେରାର ଥିବା ୩ ଭାଇଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ, ଅଡବା ଥାନା ଆଲିଗଣ୍ଡା ଗାଁର ତିନି ଭାଇଙ୍କୁ ପୋଲିସ ଗିରଫ କରିଛି । ଗିରଫ ତିନି ଭାଇ ହେଲେ ଅଲୟିକ୍ସ ଶୋଭାସୁନ୍ଦର (୬0), ତେଜ ଶୋଭାସନ୍ଦର (୬୨) ଓ ଯୋହନ ଶୋହ ଶୋଭାସୁନ୍ଦର (୫୮) । ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ଆମ ଗଜପତି ଜିଲ୍ଲା ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତିଯେ, ଗତ ୨୦୦୬ ମସିହା ମସିହାରେ ଆଲିଗଣ୍ଡା ଗାଁରେ ଏକ ପାରିବାରିକ ଗଣ୍ଡ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ଅଡବା ଥାନାରେ ୨୪ / ୨୦୦୬ ରେ ଏକ ମାମଲା ରୁଜୁ ହୋଇଥିଲା । ସେବେ ଠାରୁ ତିନି ଭାଇ ଫେରାର ଥିଲେ । ପୋଲିସ ସେମାନଙ୍କୁ ଖୋଜୁଥୁଲା । ବର୍ତ୍ତମାନ ଆଲିଗଣ୍ଡା ଗାଁରୁ ସେମାନଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *