ନାଗରିକ ମଞ୍ଚ ଥେରୁବାଲି ପକ୍ଷରୁ ରେଳମନ୍ତ୍ରୀ ଙ୍କ ସହିତ କେନ୍ଦ୍ର ସରକାର କୁ ଧନ୍ୟବାଦ ଅର୍ପଣ

Spread the love

ନାଗରିକ ମଞ୍ଚ ଥେରୁବାଲି ପକ୍ଷରୁ ରେଳମନ୍ତ୍ରୀ ଙ୍କ ସହିତ କେନ୍ଦ୍ର ସରକାର କୁ ଧନ୍ୟବାଦ ଅର୍ପଣ

ରାୟଗଡା : (ଅମୁଲ୍ୟ ନିଶଙ୍କ ) ୧୫/୦୮/୨୦୨୫ ରିଖ ଶୁକ୍ରବାର ଦିନ ଠାରୁ ଥେରୁବାଲି ରେଳ ଷ୍ଟେସନ ଠାରେ ବହୁ ପ୍ରତି କ୍ଷିତ ୩ ଟି ଟ୍ରେନ ଯଥା ହଜ଼ରତ ନିଜମୁଦିନ ସାମତା, ଅଲେପି ଧନବାଦ ଅଲେପି ଓ ବିଳାଶପୁର ତିରୁପତି ବିଳାସପୁର ରହଣୀ ନିମନ୍ତେ ତା ୦୮/୦୮/୨୦୨୫ ରିଖ ଦିନ ରେଳ କତ୍ତୃପକ୍ଷ ବିଜ୍ଞମ୍ପତି ପ୍ରକାଶ କରିଥିଲେ ସେଥିପାଇଁ ଥେରୁବାଲି ଅଂଚଳରେ ଏକ ଖୁସି ର ଲହରୀ ଖେଳି ଯାଇଥିଲା। ରେଳବିଭାଗ ର ବିଜ୍ଞମ୍ପତି ଅନୁଯାଇ ଆଜି ୧୫ ଅଗଷ୍ଟ ପୂର୍ବାହ୍ନ ୦୮ ଘଟିକା ୪୫ ମି ସମୟରେ ଥେରୁବାଲି ରେଳ ଷ୍ଟେସନ ଠାରେ ବିଲାସପୁର ତ୍ରିପତି ଦ୍ରୁତଗାମୀ ଟ୍ରେନ ରହଣୀ ହୋଇଥିଲା ଏହି ସମୟରେ ନାଗରିକ ମଂଚ ଥେରୁବାଲି ର ସଭାପତି ଶ୍ରୀ ଅଶୋକ ହିକକା, ସାଧାରଣ ସମ୍ପାଦକ ଶ୍ରୀ ଭାସ୍କର କୁମାର ଅମର ସିଙ୍ଗ , ସଂଯୋଜକ ଶ୍ରୀ ନିରଂଜନ ପାତ୍ର, ପୂର୍ବ ତନ କୋଳନରା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ତେଜ ରାଜା ନାଗ, ମଣି ଅଟକା, ଏମ୍ ରାଜେଶ, ଗଣପତି ପଣ୍ଡା, ପରମେଶ୍ୱର ନିଳଗିରି, ଅନୁପ ବିଶ୍ବାସ, କ୍ରୁଷ୍ନଚନ୍ଦ୍ର ସହା, କେ ଆପାନା, ଏମ୍ ପ୍ରକାଶ ରାଓ ପ୍ରମୁଖ ଷ୍ଟେସନ ରେ ଉପସ୍ଥିତ ରହି ଟ୍ରେନ ଡ୍ରାଇଭର,ଟି ଟି ଇ ଓ ଗାର୍ଡ ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ମିଷ୍ଟାନ୍ନ ଦେଇଥିଲେ l

ନାଗରିକ ମଞ୍ଚ ପକ୍ଷରୁ ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଟମ୍ବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରପୋଡ଼ା ଲୋକସଭା ସାଂସଦ ତଥା ବିଜେପି ର ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ବୈଜୟନ୍ତ ପଣ୍ଡା, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଓଡିଶା ବିଜେପି ରାଜ୍ୟ ସଭାପତି ମୋହନ ସାମଲ ଏବଂ ରେଳ କତ୍ତୃପକ୍ଷ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଥ ଯେ କୋଭିଡ଼ 2020 ବେଳେ ଏ ସମସ୍ତ ଟ୍ରେନ ରହଣୀ କୁ ଭାରତ ସରକାର ବାତିଲ୍ କରିଥିଲେ। ପରବର୍ତ୍ତୀ ପର୍ଯ୍ଯାୟରେ ଏ ସମସ୍ତ ଟ୍ରେନ ରହଣୀ ନିମନ୍ତେ ନାଗରିକ ମଞ୍ଚ ଓ ସ୍ଥାନୀୟ ଜସନାସାଧରଣ ବହୁତ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବା କୁ ପଡ଼ିଥିଲା ଏମିତିକି ୩୩ ଜଣଙ୍କର ନାମ ରେ ମକଦ୍ଦମା ରୁଜୁ ହୋଇଥିଲା। ଶେଷରେ କେନ୍ଦ୍ର ସରକାର ଥେରୁବାଲି ଠାରେ ଟ୍ରେନ ରହଣି ନିମନ୍ତେ ଯେଉଁ ଆଦେଶ ଦେଲେ ସେଥିପାଇଁ ଅଂଚଳ ବାସୀ ବହୁତ ଖୁଶୀ!