ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବଦ୍ଧନା ।
ଆର,ଉଦୟଗିରି ବ୍ଳକ ରାମଗିରି ଗ୍ରାମରେ ଥିବା ଡ. ବି.ଆର. ଆମ୍ବେଦକର ସ୍ନାତକ ମହାବିଦ୍ୟାଳୟ ଠାରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ କରାଥିଲା । ଯୁକ୍ତ ୩ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା / ଅଧ୍ୟାପକ , ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟା / ସଦସ୍ୟ ମାନଙ୍କ ଉପସ୍ଥିତି ରେ ନୂତନ ୧୩୬ ଛାତ୍ରୀଛାତ୍ର ନିଜ ନିଜ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରୀ ବଡକୁମାର ସ୍ବାଗତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ଛାତ୍ରୀଛାତ୍ର ଏବଂ କର୍ମଚାରୀ ସହଯୋଗ କରିଥିଲେ ।
