ବହୁ ଆଡମ୍ବର ରେ ଲଘୁ କ୍ରିୟା ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ ବ୍ୟାନର ପୋଷ୍ଟରରେ ସୀମିତପ୍ରଥମ ଓ ଦ୍ୱତୀୟ ଦିନରେ ଷ୍ଟଲ୍ ଖାଲି ଲୋକେ ନାହାନ୍ତି

ବହୁ ଆଡମ୍ବର ରେ ଲଘୁ କ୍ରିୟା ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ ବ୍ୟାନର ପୋଷ୍ଟରରେ ସୀମିତପ୍ରଥମ ଓ ଦ୍ୱତୀୟ ଦିନରେ ଷ୍ଟଲ୍ ଖାଲି ଲୋକେ ନାହାନ୍ତି

ବହୁ ଆଡମ୍ବର ରେ ଲଘୁ କ୍ରିୟା ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ ବ୍ୟାନର ପୋଷ୍ଟରରେ ସୀମିତପ୍ରଥମ ଓ ଦ୍ୱତୀୟ ଦିନରେ ଷ୍ଟଲ୍ ଖାଲି ଲୋକେ ନାହାନ୍ତି

ରାୟଗଡ଼ (info media)ରାୟଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ଓଡ଼ିଶା ସରକାରକ ଏମଏସଏମଇ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜି ସି ଡି ପଡିଆ ରେ ଆରମ୍ଭ ହୋଇଛି “ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ । ଚଳିତମାସ ୨୭ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାର ପ୍ରଥମ ଦିନରେ ହିଁ ଚରମ ଅବହେଳା ଦେଖ‌ିବାକୁ ମିଳିଛି ସରକାର ଲୋକଙ୍କୁ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ସଚେତନ କରିବ ରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଏହା କେବଳ ପ୍ରହସନରେ ପରିଣତ ହୋଇଛି ପ୍ରକାଶ ଥାଉ କି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ପୂର୍ବାହ୍ଣ ୧୦. ୪୫ ଟାରେ ଆରମ୍ଭ ହେବାର ଥିଲା। ମାତ୍ର ଦତିନି ଘଣ୍ଟା ଘଣ୍ଟା ବିତିଯାଇଥିଲେ ସୁଦ୍ଧା କୌଣସି ଗୋଟିଏ ହେଲେ ଷ୍ଟଲରେ କେହି ଉପସ୍ଥିତ ନଥୁଲେ। ସ୍ଥାନୀୟ ବ୍ୟବସାୟୀମାନେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ବିଷୟରେ ଜାଣିନାହାନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଡକା ଯାଇଥିଲା | ହେଲେ କେହି ଆସିନଥିଲୋ ଅଳ୍ପ କିଛି ବ୍ୟକ୍ତି ଏଠାକୁ ଆସିଥିଲେ ମଧ୍ୟ ସମ୍ପୂର୍ଣ୍ଣ ପେଣ୍ଡାଲ୍ ଶୂନଶାନ ଥିଲା। ଏପରିକିଟାଣ ଖରାରେ ଦିନ ୨ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦଘାଟନ ମଧ୍ୟ ହୋଇପାରିନଥିଲା ଗଣମାଧ୍ଯମ ପ୍ରଶ୍ନରେ ଶେଷରେ ସେଠାରୁ କେଉଁଆଡ଼େ ଚାଲିଯାଇଥିଲେ ଶ୍ରୀ ଚିତ୍ତ ରଂଜନ ମଲ୍ଲିକ ଡି ଆଇ ସି ର ଆଞ୍ଚଳିକ ମ୍ୟାନେଜର lରାଜ୍ୟ ସରକାର ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ପାଇଁ ଏହି କାର୍ଯ୍ୟକ୍ରମ କରିଥିବା ବେଳେ ପ୍ରଥମ ଦିନରେ ତାହା ସମ୍ପୂର୍ଣ ବାଟବଣା ହୋଇଥିବା ଦେଖ‌ିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ଷୁଦ୍ର, ଅତିକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମ୍ପର୍କରେବ୍ୟବସାୟ ଉପରେ ଲୋକଙ୍କୁ ସୂଚନା ଦେବା, ନୂଆ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା ପାଇଁ ସରକାରୀ ସହାୟତା ଓ ସୁବିଧା ସୁଯୋଗ ବିଷୟରେ ଅବଗତ କରାଇବା କଥା ବିଶେଷ କରି ରାୟଗଡ଼ା ଜିଲ୍ଲା ଭଳି ଅଞ୍ଚଳରେ ଜଙ୍ଗଲଜାତ ଦ୍ରବ୍ୟ ଆଧାରିତ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଏଠାରେ ମାର୍ଗଦର୍ଶନ ମିଳିବା ଆବଶ୍ୟକ ଥିଲା| କିନ୍ତୁ ପ୍ରଶାସନର ଜିଲା ଶାସନ ଯୋଗୁଁ ଏସବୁ କେବଳ ବ୍ୟାନର ଓ ପୋଷ୍ଟରରେ ସୀମିତ ରହିଯାଇଛି| ଯାଇଛି ଏହି ଅବ୍ୟବସ୍ଥାକୁ ନେଇ କାର୍ଯ୍ୟକ୍ରମ ଦେଖୁବାକୁ ଆସିଥିବା । ରାୟଗଡ଼ାର ।ବରିଷ୍ଠ ଆଇନଜୀବୀ ମଙ୍ଗଳମୂର୍ତି ବେଉରିଆ କହିଛନ୍ତି “ମୁଁ ଏମଏସଏମଇର ଏକ କାର୍ଯ୍ୟକ୍ରମ ହେଉଛି ବୋଲି ଶୁଣି ବହୁତ ଆଶା ନେଇ ଆସିଥୁଲି ଯେ ଏଠାରେ ନୂଆ ଶିଳ୍ପ କିମ୍ବା ମିଲେଟ୍‌ ଶିଳ୍ପ ପ୍ରତିଷ୍ଠା ନେଇ ଇ କିଛି ଜ୍ଞାନ ମିଳିବା କିନ୍ତୁ ଆସି ଦେଖୁଲା ବେଳକୁ କୌଣସି ଷ୍ଟଲରେ ଜଣେ ବି ଲୋକ ନାହାନ୍ତି, ଅଧିକାରୀ ନାହାନ୍ତି ସରକାର ସରକାର ଲୋକଙ୍କୁ ସଚେତନ କରିବା ପାଇଁ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ କରୁଛନ୍ତି, ଏମାନେ କେବଳ ଏସଏଚଜି ଗ୍ରୁପ୍ ମହିଳାମାନ ଆଣି ବସେଇ ଧୂପକାଠି ବିକିବା ଛଡ଼ା ଶିଳ୍ପ ବିଷୟରେ କୌଣସି ପ୍ରଚାର କରୁନାହାନ୍ତି। । କେଉଁ ଶିଳ୍ପ କଲେ କଣ ଲାଭ ମିଳିବ, କେଉଁଥ୍ରେ ପଲ୍ୟୁସନ ହେବ ନାହିଁ, ସେସବୁ କିଛି ବୁଝାଉ ନାହା ବାହାନ୍ତି ଜଙ୍ଗଲଜାତ ଦ୍ରବ୍ୟ ଉପରେ ମଧ୍ୟ କୌଣସି ଗୁରୁତ୍ବ ଦିଆଯାଉନାହିଁ ଏହା ସରକାରୀ ଅର୍ଥର ଏକ ବଡ଼ ଅପବ୍ୟୟ ଛଡ଼ା କିଛି ନୁହେଁ l ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାକୁ କିଛି ଅଧିକାରୀ ନିଜର ବେପରୁଆ ମନୋଭାବ ଯୋଗୁଁ କିଭଳି ବାଟବଣା କରୁଛନ୍ତି ଏହି ମେଳା ତାର ଜ୍ଵଳନ୍ତ ଉଦାହରଣ ବୋଲି କହିଥିଲେ ଆଇନଜୀବୀ ଶ୍ରୀ ବେଉରିଆ। ପ୍ରଥମ ଦିନ ରେ ଯାହା ଅବସ୍ଥା ଦ୍ୱତୀୟ ଦିନ ରେ ମଧ୍ୟ୍ୟ ସେହି ଅବସ୍ଥା ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ