ଶଙ୍କରାଖୋଲ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ….
କନ୍ଧମାଳ :(ରିପୋର୍ଟ କୁନା ଦିଗାଲ ) ଚକାପାଦ ବ୍ଳକ ଶଙ୍କରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୬ ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା କହଁର ଅଧ୍ୟକ୍ଷତା କରିଥବା ବେଳେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ,ବକ୍ତାଭାବେ ସମିତି ସଭ୍ୟା ଉର୍ବଶୀ ଦିଗାଲ ,ସନମାନିତ ଅତିଥି ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସନ୍ତୋଷ ପ୍ରଧାନ,smc ସଭାପତି ବିଷ୍ଟନୁ ଚରଣ ଦାଶ,ପ୍ରଶ୍ନ କୁମାର ଦାଶ,ପୂର୍ବତନ ୱାର୍ଡ ମେମ୍ବର ତରସିଲା ମଲ୍ଲିକ, ବିଜେପି ବ୍ଳକ ସଭାପତି ସର୍ବେଶ୍ୱର କହଁର, ଏବିଇଓ ବୁଲୁଦେଶୀ ନାୟକ, ରଜତ କୁମାର ନାୟକ, ଶେଷଦେବ ନାୟକ, ଶିକ୍ଷକ ସଙ୍ଘ ସଭାପତି ଦ୍ୱିତୀକୃଷ୍ଣ ପାଡ଼ି ଯୋଗଦେଇଥିଲେ। ଏଥିରେ ଚକାପାଦ ବ୍ଲକ ର ସମସ୍ତ ସିଆରସିସି ମାନେ ଯୋଗଦେଇ ଥିବାବେଳେ ସମସ୍ତ ସ୍କୁଲ ର କିଛି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ଏଥିରେ ପ୍ରତିଯୋଗିତା,ସଂଗୀତ,ସାସ୍କୃତିକ କାର୍ଯ୍ୟକ୍ରମ ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିସହ ପ୍ରଥମ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କୁ ମନୋନୀତ କରାଯାଇ ଥିବାବେଳେ ପ୍ରଥମ, ଦ୍ୱିତୀୟ ପୁରସ୍କାର ବିତରଣ ସମୟ ରେ ଭଲ ନାଚ କରିଥିବା ନେଇ ଆଗ ପଛ ପୁରସ୍କାର ଦେଇଥିବା ରୁ କିଛି ସମୟ ଧରି ସିଆରସିସି ଙ୍କ ମଧ୍ୟ୍ୟରେ ହଟହଟା ହୋଇଥିବା ଦେଖିବାକୁ ମିଳିଥିଲା।
