ଦକ୍ଷତା ପ୍ରଦର୍ଶନ ରେ ରାୟଗଡା ଜ଼ିଲ୍ଲା ରୁବିଶ୍ୱବାନ୍ଦିନୀ ସମର୍ପିତା, ସୂର୍ଯ୍ୟ ପ୍ରକାଶ ତିନି ଥାନା ଅଧିକାରୀ

ଦକ୍ଷତା ପ୍ରଦର୍ଶନ ରେ ରାୟଗଡା ଜ଼ିଲ୍ଲା ରୁବିଶ୍ୱବାନ୍ଦିନୀ ସମର୍ପିତା, ସୂର୍ଯ୍ୟ ପ୍ରକାଶ ତିନି ଥାନା ଅଧିକାରୀ

ରାୟଗଡା (ଅମୁଲ୍ୟ ନିଶଙ୍କ ) କାର୍ଯ୍ୟଦକ୍ଷତା ପ୍ରଦର୍ଶନ କ୍ଷେତ୍ରରେ ରାୟଗଡା ଜ଼ିଲ୍ଲା ରୁ ତିନି ଥାନା ଅଧିକାରୀ ଚୟନ ହୋଇଛନ୍ତି l କାଶୀପୁର ବ୍ଲକ ର ଟିକିରି ଥାନାଧିକାରୀ ବିଶ୍ୱବନ୍ଦିନୀ ବାଘ ରାଜ୍ୟରେ 6 ସ୍ଥାନ, ଗୁଡାରି ଥାନାଧିକାରୀ ସମର୍ପିତା ସ୍ୱାଇଁ 9 ମ ସ୍ଥାନ ଠିକ ସେହିପରି ବିସଷମକଟ ଥାନାଧିକାରୀ ସୂର୍ଯ୍ୟ ପ୍ରକାଶ ପାଢ଼ୀ, 10 ମ ସ୍ଥାନ ରେ ରହିଛନ୍ତି l ସୂଚନା ଯୋଗ୍ୟଯେ ପ୍ରତ୍ୟକ ମାସ ରେ ରାଜ୍ୟରେ ଅବସ୍ଥିତ 612 ଥାନାରେ କାର୍ଯ୍ୟରତ ଥାନାଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା ର ପ୍ରଦର୍ଶନ ରିପୋର୍ଟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ହୋଇଥାଏ l 2025 ଜାନୁଆରୀ ଏକ ତାରିଖ ଠାରୁ ଜୁଲାଇ 31 ପର୍ଯ୍ୟନ୍ତ ଦୀର୍ଘ 7 ମାସ ରେ ମାମଲା ର ତଦନ୍ତ, ଅପରାଧୀ ଚି଼ହ୍ନଟ, ଲୋକସମ୍ପର୍କ, ଥାନା ପରିବେଶ କୁ ଉତ୍ତମ ରଖିବା କାର୍ଯ୍ୟାଳୟ ର ନଥିପତ୍ର କାର୍ଯ୍ୟ କୁ ଆଧାର କାରି ଏହି ରିପୋର୍ଟ ପ୍ରସ୍ତୁତି କରାଯିବା ସହିତ ମାମଲା ର ତଦନ୍ତ ଆରମ୍ଭ କରି ତଦନ୍ତ ଶେଷ କରିବା ସହିତ ଅପରାଧ ନିୟନ୍ତ୍ରଣ ସହିତ ପୋଲିସ ଅଧିକାରୀଙ୍କ ବ୍ୟବହାର କୁ ମାପାଦଣ୍ଡ ରୂପରେ ନିଆଯାଇଥିଲା l ରାଜ୍ୟର 612 ଥାନା ମଧ୍ୟରୁ ଟିକିରି 6 ସ୍ଥାନ, ଗୁଡାରି 9 ସ୍ଥାନ ଓ ବିଷମକଟକ 10 ସ୍ଥାନ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି l. ଉପରକ୍ତ ତିନି ଥାନା ଅଧିକାରୀ ଜେ ପୋଲିସ ଅଧିକାରୀ ଭାବେ ସାଧାରଣ ଜନସାଧାରଣ ଙ୍କ ସେବା ପ୍ରଦାନ କରିବା ନିମନ୍ତେ ଆମେ ବଧ ପରୀକର ବୋଲି କହିଥିଲେ l ଟିକିରି, ଗୁଡାରି ଓ ବିଷମକଟକ ଥାନାଧିକାରୀ ଙ୍କୁ ଅଂଚଳ ବାସୀ ଅଭିନନ୍ଦନ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *