କୋରାପୁଟରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ
କୋରାପୁଟ: କୋରାପୁଟ ଜିଲ୍ଲାର ପଞ୍ଚାୟତ ସମିତି, ବୋରିଗୁମ୍ମା ପ୍ରାଙ୍ଗଣରେ ଆଜି ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଅନୁଷ୍ଠିତ ହେଲା। ଏଥିରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସାଧାରଣଜନଙ୍କ ଅଭିଯୋଗ ଶୁଣି, ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ।ଏହାସହିତ, ବୋରିଗୁମ୍ମା ବ୍ଲକରେ ‘ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା’ ମଧ୍ୟ ଅନୁଷ୍ଠିତ ହେଲା। ଏହି ଅବସରରେ ମିଶନ ଶକ୍ତି ବିଭାଗ ଅନ୍ତର୍ଗତ ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଋଣ ପ୍ରଦାନ କରାଗଲା। ସହିତେ, ନୂତନ ହିତାଧିକାରୀଙ୍କୁ ରାସନ୍ କାର୍ଡ ଓ ଭତ୍ତା ପ୍ରଦାନ କରାଯାଇଥିଲା।

