ଲଗାଣ ଝଡବର୍ଷରେ ଭୂଷୁଡିଲା ଘର, ଅଳ୍ପକେ ବତ୍ତିଲେ ପରିବାର ଲୋକେ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦିନ ତମାମ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି । ଯାହା ଫଳରେ ଜନଜୀବନ ପ୍ରଭାବିତ ହେବା ସହିତ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିବା ସହ କିଛି ସ୍ଥାନରେ ଘର ମଧ୍ୟ ଭୂଷୁଡି ପଡିଥିବା ଜଣାପଡିଛି । ଗଜପତି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ସମୟରେ ମୋହନା ବ୍ଳକର ଅଡବା ଗ୍ରାମ ଖ୍ରୀଷ୍ଟାଆନ ସାହିରେ ବାସ କରୁଥିବା ବିପିନ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ପୁଅ ଘରେ ମଧ୍ୟାହ୍ନ ଭୋଜନ ଲାଗି ବସିଥିବା ବେଳେ ହଠାତ୍ ତାଙ୍କର ଝାଟିମାଟିରେ ନିମିତ ଘରର କାନ୍ଥ ଭୂଷୁଡି ପଡିଥିଲା । ଫଳରେ ବାପା ଓ ପୁଅ ପ୍ରାଣ ବିକଳରେ ବାହାରକୁ ଦୌଡି ପଳାଇଥିଲେ । କିନ୍ତୁ ବିପିନଙ୍କର ସ୍ତ୍ରୀ ବାହରକୁ ଯାଇପାରିନଥିବାରୁ ତାଙ୍କର ମୁଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଛି । ଫଳରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ତେବେ କିଛି ଦିନରୁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିବାବେଳେ ପାହାଡିଆ ଅଞ୍ଚଳ ଗୁଡିକରେ କ୍ଷୟକ୍ଷତି ହେବାର ଆଶାଙ୍କା କରି ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୃଦ୍ଧିଜୀବୀମହଲରେ ଦାବୀ ହେଉଛି ।
Related Posts
ପୁରୀ-ଗୁଣୁପୁର ଟ୍ରେନ ଏସି ବଗିରେ ଲାଗିଲା ନିଆଁ
ପୁରୀ-ଗୁଣୁପୁର ଟ୍ରେନ ଏସି ବଗିରେ ଲାଗିଲା ନିଆଁଗଜପତି ୭/୪/୨୦୨୪: ପୁରୀ-ଗୁଣୁପୁର ଟ୍ରେନର ଏସି ବଗିରେ ଆକସ୍ମିକ ଭାବେ ଲାଗିଲା ନିଆଁ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ…
ଜଙ୍ଗଲରେ ସ୍ୱାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ
ଲମତାପୁଟ: ଜଙ୍ଗଲରେ ସ୍ୱାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ ପାରିବାରିକ କଳହରୁ ସ୍ତ୍ରୀକୁ ପିଟି ପିଟି ନିଜେ ହତ୍ୟା କରିଥିଲା ସ୍ୱାମୀ,୨ ସାଙ୍ଗଙ୍କ ସହାୟତାରେ ସ୍ତ୍ରୀକୁ…
ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କନ୍ଧମାଳ ଛାତ୍ରୀ ଲିନସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କନ୍ଧମାଳ ଛାତ୍ରୀ ଲିନସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ,…