ଆର, ଉଦୟଗିରିରେ ପରିବା ଦର ଆକାଶଛୁଆଁ , ଖାଉଟି ହନ୍ତସନ୍ତ ଆର,ଉଦୟଗିରି (ମନୋଜ କୁମାର ପାଢୀ) :: ସଂପ୍ରତି ଆର,ଉଦୟଗିରି ସହରରେ ପନିପରିବାଦର ଆକାଶଛୁଆଁ ହୋଇଛି। ସ୍ଥାନୀୟ ପରିବା ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ପନିପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି। ପରିବା ବଜାରରେ ଏବେ ବିନ୍ସ କିଲୋ ୧୦୦ ଟଙ୍କା, କଞ୍ଚା ଲଙ୍କା ଓ ସିମଳା ଲଙ୍କା ୧୦୦ ଟଙ୍କା , ସଜନା ଛୁଇଁ ୮୦ ଟଙ୍କା , କଲରା ୫୦ , କାଙ୍କଡ଼ ୭୦ ଟଙ୍କା , ବାଇଗଣ ୫୦, ଫୁଲକୋବି ୧୦୦ ପୋଟଳ ୮୦ ଟଙ୍କା , ଝୁଲଣ ୫୦, ଦେଶୀଆଳୁ ୬୦ କଞ୍ଚା କଦଳୀ ୪ଟି ୨୦ ଟଙ୍କା, ଟମାଟ୭୦, ଗାଜର ୫୦, ଜହ୍ନି ୩୦ ଟଙ୍କା , ଅମୃତ ଭଣ୍ଡା , ତୋରଡା, ପତ୍ରକୋବି, କାକୁଡି, ସାରୁ ଓ ଭେଣ୍ଡି ଆଦି ପରିବା କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି। ଏବେ ଯେକୌଣସି ପରିବାର ସର୍ବନିମ୍ନ ଦର ୪୦ ଟଙ୍କା ରହିଥିବା ବେଳେ ଏ ନେଇ ପରିବା ବଜାରରେ ଜଣେ ଗ୍ରାହକ କହିଛନ୍ତି ଯେ ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ପରିବା କିଣିଲେ ବ୍ୟାଗ ଭର୍ତ୍ତି ହୋଇଯାଉଥିଲା । ଏବେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ ପୁରୁନି। ଅନ୍ୟପକ୍ଷରେ ଦରବୃଦ୍ଧି ହେବାରୁ ସେହିପରି ପରିବା ବ୍ୟବସାୟୀମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ପରିବାବ୍ୟବସାୟୀଙ୍କ କହିବା ଅନୁଯାୟୀ, ବହୁ ଗ୍ରାହକ ଏବେ ଅଧିକ ପରିବା କିଣିବାକୁ ପୂର୍ବ ଭଳି ଇଚ୍ଛା ପ୍ରକାଶ କରୁନାହାନ୍ତି । ଯେଉଁମାନେ କିଣୁଛନ୍ତି ସୋମନେ ବହୁ କମ ପରିମାଣର ପରିବା କିଣୁ ଥିବାରୁ ବ୍ୟବସାୟୀମାନଙ୍କ ଚିନ୍ତା ବଢ଼ି ଯାଇଛି । ଲଗାଣ ବର୍ଷା ସାଙ୍ଗକୁ ଶ୍ରାବଣ ମାସରେ ନିରାମିଷ ଖାଦ୍ୟର ଚାହିଦା ଅଧିକ ଥିବାରୁ ସଂପ୍ରତି ପରିବା ଦର ବୃଦ୍ଧି ପାଇଛି ବୋଲି ପରିବା ବଜାର ବ୍ୟବସାୟୀଙ୍କ ଠାରୁ ପ୍ରକାଶ ପାଇଛି ।
