ପଦ୍ମପୁର, ସର୍ଗିବାହାଲ ଠାରେ ପବିତ୍ର ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ଓ ୫୧ୟୁନିଟ ରକ୍ତ ସଂଗୃହୀତ। ତା-୦୯.୦୯.୨୦୨୪(ସୋମ ବାର)ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ବରଗଡ଼ ଜିଲ୍ଲା ପଦମପୁର ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ବିର୍ସା ଏଥେଲେଟିକ ଆସୋସିଏସନ୍ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିଲା।ରକ୍ତ ଦାନ ଶିବିରକୁ ପଦମପୁରର ବିଶିଷ୍ଟ ସମାଜସେବୀ ଶ୍ରୀ ନିରୋଜ ଦୋରା ଓ ମାଗଣା ସ୍ବାସ୍ଥ୍ୟ ଶିବିରକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ତେଜରାଜ ସାହୁ ଫିତା କାଟି ଶୁଭାରମ୍ଭ କରିଥିଲେ।ସମ୍ବାନୀତ ଅତିଥି ଭାବରେ ଡାକ୍ତର ଅଜିତ କୁମାର ମେହେର,ଡାକ୍ତର ରାମ ଚନ୍ଦ୍ର ମେହେର, ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଓ ସମାଜସେବୀ ରାଜ ସିଂହ ଯୋଗ ଦେଇ ଥିଲେ।ବର୍ତ୍ତମାନ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଘୋର ସଙ୍କଟ ଥିବା ବେଳେ ଆଜିର ରକ୍ତ ଦାନ ଶିବିର ରୁ ପଦମପୁର ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏକ ନିଆରା ଢଙ୍ଗ ରେ ନୂଆଁଖାଇ ଓ ଗଣେଶ ପୂଜା ପାଳନ କରିଥିବାରୁ ଅତିଥି ମାନେ ଖୁବ ଖୁସି ହେବା ସହ ସମସ୍ତ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କୁ ବିର୍ସା ଏଥେଲେଟିକ ଆସୋସିଏସନ୍ ର ସଭାପତି ଆଜାଦ ଦାଶ,ସମ୍ପାଦକ ଗୁରୁଦେବ ମେହେର,ବିଜେ ମେହେର,ଉମେଶ ଅଗ୍ରୱାଲ, ସୁରେଶ ମେହେର, ପପ୍ପୁ ମେହେର, ଆଶିଷ ବେହେରା, ସୁମନ୍ତ ମେହେର ରାଜୀବ ଦାଶ ଅନ୍ୟ ସଦସ୍ୟ ଙ୍କ ସହ ନିଷ୍ଠା ପରିବାର ର ମହିଳା ଶାଖା ମୁଖ୍ୟ ତ୍ରିପୁରା ସୁହୂଳା, ସୂତପା ଗଡତିଆ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଭୋଲା ନାଥ ସାହୁ , ରାତ୍ର ପ୍ରଧାନ ଓ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥଲେ। ପରିଶେଶ ରେ ରକ୍ତ ଦାନ ଶିବିର ଆୟୋଜନ କରିଥିବାରୁ ବିର୍ସା ଏଥେଲେଟିକ ଆସୋସିଏସନ୍ କୁ ଏକ ଉପଢୌକନ ଓ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
Related Posts
ଗଜପତି ଜିଲ୍ଲା ସ୍ତରୀୟ ସମ୍ପୁର୍ଣ୍ଣତା ଅଭିଯାନ ଉଦ୍ଘାଟନ.
ଗଜପତି ଜିଲ୍ଲା ସ୍ତରୀୟ ସମ୍ପୁର୍ଣ୍ଣତା ଅଭିଯାନ ଉଦ୍ଘାଟନ.. ଗଜପତି ,ଜିଲ୍ଲା ପ୍ରଶାସନ ଓ ନୀତି ଆୟୋଗ ତରଫରୁ ଜିଲ୍ଲା ସ୍ତରୀୟ ସମ୍ପୁର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟନ…
ଓଡ଼ିଶାରେ ଅନ୍ତିମ ପର୍ଯ୍ୟାୟ ମତଦାନ
ଓଡ଼ିଶାରେ ଅନ୍ତିମ ପର୍ଯ୍ୟାୟ ମତଦାନ ଭୁବନେଶ୍ୱର: ଆଜି ଓଡ଼ିଶାରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ।୬ଟି ଲୋକସଭା ଓ ୪୨ ବିଧାନସଭା ପାଇଁ ଚାଲିଛି ମତଦାନ।ପ୍ରାର୍ଥୀଙ୍କ ଭାଗ୍ୟ…
ପୋଷ୍ୟ ସନ୍ତାନ ଗ୍ରହଣ କଲେ ଓଡିଶାର ଏକ ଦମ୍ପତି ଗଜପତି
ପୋଷ୍ୟ ସନ୍ତାନ ଗ୍ରହଣ କଲେ ଓଡିଶାର ଏକ ଦମ୍ପତି ଗଜପତି , (୩/୫/୨୦୨୪): ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୩ ତମ ଶିଶୁଙ୍କୁ ଜିଲ୍ଲାପାଳ…